କରୌଲୀ ପୂଜକ ହତ୍ୟା ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ

Published: Oct 12, 2020, 4:06 pm IST

କରୌଲୀ : ରାଜସ୍ଥାନର କରୌଲୀରେ ପୂଜକ ହତ୍ୟା ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହିତ ପୋଲିସ ସମୁଦାୟ 2ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସର 6ଟି ଟିମ ପକ୍ଷରୁ ଅନୁସନ୍ଧାନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଦିଲଖୁସ ମୀନା ଓରଫ ଧିଲ୍ଲୁ । ଅଭିଯୁ୍କ୍ତ ଧିଲ୍ଲୁ ବୁକନା ଗ୍ରାମରେ ରହିଥିବା ଦେବୋତ୍ତର ସମ୍ପତ୍ତିକୁ ହାତେଇବାକୁ ଚେଷ୍ଟା କରିଥିଲେ । ପୂଜକ ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂଜକଙ୍କୁ ହତ୍ୟା ପ୍ରତିବାଦରେ ଆନେ୍ଦାଳନ ତୀବ୍ର ହେବାରୁ  ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ସିବିସିଆଇଡିକୁ ହସ୍ତାନ୍ତର କରାଯାଇଥିଲା । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ସହିତ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।

Related posts