
ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମହଲ ସରଗରମ ରହିଛି। ଆଜି ବିଜେଡିରେ ଯୋଗଦେଲେ ରମାକାନ୍ତ ଭୋଇ। ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଗତ 6ତାରିଖରେ ବିଜେପି ଛାଡିଥିଲେ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରମାକାନ୍ତ ଭୋଇ। 2019 ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେପିରୁ ସେ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ବୋଲି ସୂଚନା ମିଳିଥିଲା ।