Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

October 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପରିବେଷଣ କରିଆସୁଛି ।

ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସର୍ବେ ଭବନ୍ତୁ ସୁଖିନଃ” ଜରିଆରେ ଏହି କମ୍ୟୁନିଟି ରେଡିଓ ପକ୍ଷରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ନେଇ ଆଲୋଚନା କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ଓ ଏଥିରୁ କିଭଳି ଦୂରେଇ ରହିବାକୁ ହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସୋଆର ଅନେକ ଗବେଷକ ମଧ୍ୟ ଶ୍ରୋତାମାନଙ୍କୁ ଏହି ମାରାତ୍ମକ ଭାଇରସ୍ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରୁଛନ୍ତି।

ଏହି ମହାମାରୀ ସମୟରେ ମନସ୍ତତ୍ୱବିତ୍ତମାନେ ସୋଆ କମ୍ୟୁନିଟି ରେଡିଓ ଜରିଆରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା କରୁଥିବା ବେଳେ ଆଶାକର୍ମୀ ଓ ଏଏନ୍‌ଏମ୍ ମାନେ ଶ୍ରୋତାମାନଙ୍କୁ ସୁରକ୍ଷା, ଉପଯୁକ୍ତ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ସଂଗ୍ରହ ସମ୍ପର୍କରେ ସୂଚନା ଦେଉଛନ୍ତି । ଘରେ ଏକାନ୍ତବାସ, ରୋଗୀଙ୍କର ଘରୋଇ ଚିକିତ୍ସା ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ, ଅନ୍ଧବିଶ୍ୱାସ ଓ ଅସମାନତା ପ୍ରଭୃତି ବିଷୟବସ୍ତୁକୁ ନେଇ କମ୍ୟୁନିଟି ରେଡିଓ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଜିଙ୍ଗଲ୍ ପରିବେଷଣ କରାଯାଉଛି ।

ଆଂଟିଜେନ୍‌, ଆର୍‌ଟି-ପିସିଆର୍ ଟେଷ୍ଟ, ପ୍ଲାଜ୍‌ମା ଥେରାପି, ପ୍ଲାଜମା ପ୍ରଦାନ ଏବଂ କ୍ୟାନ୍ସର, ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କର କିଭଳି ଏହି ମହାମାରୀ ସମୟରେ ଯତ୍ନ ଓ ଚିକିତ୍ସା କରାଯିବ ସେ ନେଇ ଓଡ଼ିଆ, ହିନ୍ଦୀ, ଓ ଇଂରାଜୀରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ପରିବେଷଣା କରାଯାଉଛି ।

ସୋଆ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରେଡିଓ ଜକି କାର୍ଯ୍ୟକ୍ରମ ‘ସୋଆ ୟଙ୍ଗିସ୍ତାନ’ ସପ୍ତାହରେ ଦୁଇଥର ପରିବେଷଣ କରାଯାଉଥିବା ବେଳେ ଡିଜିଟାଲ୍ କାର୍ଯ୍ୟକ୍ରମ ଜରିଆରେ କୋଭିଡ-୧୯ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ତାଙ୍କ ଘରୁ ହିଁ ଜାରି ରଖିଛନ୍ତି ।

ଟୁଇଟର୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍ ଏବଂ ଫେସ୍‌ବୁକ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ସୋଆ କମ୍ୟୁନିଟି ରେଡିଓ ବେଶ ଜଡିତ ଥିବାବେଳେ ଏନ୍‌ସିଇଆରଟିର ସହଯୋଗରେ ଅନେକ ପାଠ୍ୟକ୍ରମ ଜନିତ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି ।

ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍‌ର ସହଯୋଗିତାରେ ଗତ ଜୁନ୍ ମାସରୁ ‘ମିଶନ୍ କରୋନା’ ନାମକ ଏକ କାର୍ଯ୍ୟକ୍ରମର ୧୦ଟି ଏପିସୋଡ୍ ପରିବେଷଣ କରାଯାଇଛି । ଏଥିମଧ୍ୟରୁ କୃଷିଭିତିକ ଦୁଇଟି ଏପିସୋଡ୍‌, ‘ସୋଆ ଏଗ୍ରିକଲ୍‌ଚର୍‌’ ଓ ‘ବାଡି ବଗିଚା’ ନାମରେ ପରିବେଷଣ କରାଯାଇଥିବା ବେଳେ ଏହା ଖୁବ୍ ଆଦୃତି ଲାଭ କରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ବିଶେଷଜ୍ଞମାନେ ସୋଆ କମ୍ୟୁନିଟି ରେଡିଓକୁ ଆସି ମହିଳାମାନଙ୍କ ଦ୍ୱାରା ଛତୁ ଚାଷ, କୀଟ ନିୟନ୍ତ୍ରଣ, ଜୈବିକ ଚାଷ, ଛାତରେ ଉଦ୍ୟାନ, ଋତୁ ଅନୁଯାୟୀ ଫୁଲ, ଫଳ ଓ ପରିବା ଚାଷ ପ୍ରଭୃତି ସମ୍ପର୍କରେ ବିଶେଷ ଟିପ୍ପଣୀ ଦେଇଛନ୍ତି ।

ରେଡିଓ ପକ୍ଷରୁ ଯୋଗ ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସୋଆ କମ୍ୟୁନିଟି ରେଡିଓକୁ ବିଭିନ୍ନ ଶ୍ରେଣୀର ଶ୍ରୋତାମାନେ ନିୟମିତ ଶୁଣୁଛନ୍ତି ବୋଲି କହିଛନ୍ତି ରେଡିଓ ଷ୍ଟେସନ୍‌ର ଦାୟିତ୍ୱରେ ଥିବା ଶ୍ରୀମତି ହନି ପଟ୍ଟନାୟକ ।

କରୋନା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026

୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବେ ସରକାର: ଜାଣନ୍ତୁ ଏହାର ଖର୍ଚ୍ଚ କେତେ?

July 18, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026

ମୌସୁମୀ ଅଧିବେଶନରେ କିପରି ବିଲ ପାସ କରିବେ ମୋଦୀ ସରକାର: ଜାଣନ୍ତୁ ସଂଖ୍ୟା ଗଣିତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.