ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1057କୁ ବୃଦ୍ଧି

Published: Oct 13, 2020, 11:46 am IST

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 3 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ପୁରୀ ଓ ସୁନ୍ଦରଗଡରୁ 2 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର, କେନ୍ଦ୍ରାପଡା, ଝାରସୁଗୁଡା, ଜଗତସିଂହପୁର, ବଲାଙ୍ଗିର ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 1057କୁ ବୃଦ୍ଧି ହୋଇଛି ।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ମୟୂରଭଞ୍ଜର ଚାରି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 53, 65, 55 ଓ 48 ବର୍ଷ । ଭୁବନେଶ୍ବରର ତିନି ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ 70, 87, 38 ବର୍ଷ । ସୁନ୍ଦରଗଡର 66 ବର୍ଷୀୟ ପୁରୁଷ ଓ 62 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ପୁରୀରୁ 60 ବର୍ଷୀୟ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ବଲାଙ୍ଗିରରୁ 48 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 45 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 61 ବର୍ଷୀୟ ପୁରୁଷ, ଝାରସୁଗୁଡାରୁ 52 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରୁ70 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 76 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Related posts