ଭୁବନେଶ୍ୱର: ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଯାଏ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଅର୍ଥାତ୍ 9 ମାସ ମଧ୍ୟରେ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗତ 10 ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି 312 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଗତ 5 ବର୍ଷର ହାରାହାରି ଦେଖିଲେ ବର୍ଷକୁ 414 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ 1054 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । କୋରାପୁଟରୁ 413, ମାଲକାନଗିରିରୁ 240, ଗଜପତିରୁ 126 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଏହି ତିନି ଜିଲ୍ଲାର ଏସ୍ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି ।
Tags: ଗଞ୍ଜେଇ, ପୋଲିସ୍ ଡିଜି