Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋଛକିରୁ ଅଠରବାଙ୍କି ପର୍ଯ୍ୟନ୍ତ ରାସ୍ତାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଆଜିର ଖବର

ଦୋଛକିରୁ ଅଠରବାଙ୍କି ପର୍ଯ୍ୟନ୍ତ ରାସ୍ତାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

October 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ପାରାଦ୍ବୀପ ଦୋଛକି ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ଅଢେଇ କି.ମି ରାସ୍ତାରେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଉପକୂଳ ଓଡ଼ିଶା ବିକାଶ ପରିଷଦ ଜଗତସିଂହପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପାରାଦ୍ଵୀପ ବନ୍ଦର ପୃଥିବୀର ବୃହତ ବନ୍ଦର ତାଲିକାରେ ସ୍ଥାନ ପାଇଛି। ବନ୍ଦର ଉପକଣ୍ଠରେ ଅନେକ ବୃହତ୍ତ ଶିଳ୍ପ ଗଢି ଉଠିଥିବାରୁ ସମଗ୍ର ପାରାଦ୍ବୀପ ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି। କଟକ-ପାରାଦ୍ୱୀପ ଜାତୀୟ ରାଜପଥ ଓ ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ପାରାଦ୍ବୀପର ଦୋଛକି ଠାରେ ମିଳିତ ହୋଇ ପ୍ରାୟ ଅଢେଇ କି.ମି ଦୂରତା ପରେ ଅଠରବାଙ୍କି ଠାରେ ବନ୍ଦର ଅଞ୍ଚଳକୁ ପ୍ରବେଶ କରିଛି। ଏହି ରାସ୍ତାରେ ଦୈନିକ ୮ହଜରରୁ ଉର୍ଦ୍ଧ ଭାରିଯାନ ମାଲ ପରିବହନ କରନ୍ତି। ତେଣୁ ରାସ୍ତାଟି ସର୍ବଦା ବ୍ୟସ୍ତ ବହୁଳ ରହିବା ସହିତ ଯାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି।

ଦୋଛକିରୁ ଅଠରବାଙ୍କି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କରାଗଲେ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକାଯାଇ ପାରିବା ସହିତ ଅପେକ୍ଷାକୃତ କମ୍ ସମୟରେ ଓ ସହଜରେ ମାଲ୍ ପରିବହନ କରାଯାଇ ପାରିବ ବୋଲି ନିବେଦନ ପତ୍ରରେ ଦର୍ଶାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପକୂଳ ଓଡ଼ିଶା ବିକାଶ ପରିଷଦର କର୍ମକର୍ତ୍ତା ଅରୁଣ କୁମାର ଆଚାର୍ଯ୍ୟ, ଗବେଷକ ଧୃତିଧର ଦାସ, ଜ୍ୟୋତି ରଞ୍ଜନ ପରିଡ଼ା, ଅଜୟ କୁମାର ଜେନା, ରମେଶ ମହାନ୍ତି, ବେଣୁଧର ନାୟକ, ସୁବାସ ଚନ୍ଦ୍ର ସ୍ୱାଇଁ କୋଭିଡ୍ ନିୟମ ପାଳନ ମୁତାବକ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ଦାବିପତ୍ର ପ୍ରଦାନ କରିଥିଲେ। ପରିଷଦର ଆବାହକ ସରୋଜ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଖସିଲା ତୈଳ ଦର, ବଢିଲା ସୁନା ଦର

June 15, 2026

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026
Latest News

ଖସିଲା ତୈଳ ଦର, ବଢିଲା ସୁନା ଦର

June 15, 2026

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା: ଅଯୋଧ୍ୟାରେ ପହଞ୍ଚିବ SIT ଦଳ, ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ

June 15, 2026

ହରମୁଜ୍ ମୁକ୍ତ ହେବ!: ଆମେରିକା-ଇରାନ ଶାନ୍ତି ଚୁକ୍ତିର ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

June 15, 2026

ପୁଣି ବୈଭବ ସୂର୍ଯ୍ୟବଂଶୀ ଫ୍ଲପ୍: ଶ୍ରୀଲଙ୍କା ଏ ବିପକ୍ଷରେ ଶାନ୍ତ ରହିଲା ବ୍ୟାଟ

June 15, 2026

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.