Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ସମ୍ପତ୍ତି ବଢ଼ିଲା, ଜାଣନ୍ତୁ କେଉଁଠି ରଖିଛନ୍ତି କେତେ ଟଙ୍କା ?
ଆଜିର ଖବର

ମୋଦିଙ୍କ ସମ୍ପତ୍ତି ବଢ଼ିଲା, ଜାଣନ୍ତୁ କେଉଁଠି ରଖିଛନ୍ତି କେତେ ଟଙ୍କା ?

October 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି  । ଗତ 15 ମାସ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ 36.53 ଲକ୍ଷ ବଢିଛି ।  ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତି ହ୍ରାସ ପାଇଛି  । ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ସମ୍ପତି ତାଲିକାରୁ ଏହା ଜଣାପଡ଼ିଛି  । 2020 ଜୁନ 30 ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ 2.85 କୋଟି ଟଙ୍କା ହୋଇଛି  । ଗତ ବର୍ଷ ଅପେକ୍ଷା ଏହା ସାମାନ୍ୟ ଅଧିକ  । ମୋଦି ନିଜ ଦରମାରୁ ଅଧିକ ଅର୍ଥ ସଂଚୟ କରୁଛନ୍ତି  । ଯେତେବେଳେକି କରୋନା ପାଇଁ ସେୟାର ବଜାର ଦୁର୍ବଳ ଥିବାରୁ ଅମିତ ଶାହାଙ୍କ ସମ୍ପତ୍ତି 32.3 କୋଟିରୁ 28.6 କୋଟିକୁ ହ୍ରାସ ପାଇଛି  । ମୋଦି ନିଜ ରୋଜଗାରର ବଡ଼ ଅଂଶ ଟର୍ମ ଡିପୋଜିତ ଓ ସେଭିଂସ ଆକାଉଂଟରେ ରଖୁଛନ୍ତି  । ମୋଦିଙ୍କ ନିକଟରେ 31 ହଜାର 450ଟଙ୍କା କ୍ୟାଶ ଥିବାବେଳେ ଗାନ୍ଧିନଗର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ରାଞ୍ଚରେ ତାଙ୍କ ବ୍ୟାଙ୍କ ଖାତାରେ 3 ଲକ୍ଷ 38 ହଜାର 173 ଟଙ୍କା ଜମା ରହିଛି । ପ୍ରଧାନମନ୍ତ୍ରୀ ଏସ୍‌ବିଆଇର ଏହି ଶାଖାରେ ଫିକ୍ସ ଡିପୋଜିଟ୍‌ କରିଛନ୍ତି । ଗତ ବର୍ଷ ଏହାର ଭ୍ୟାଲୁ 1 କୋଟି 27 ଲକ୍ଷ 81 ହଜାର 574 ରହିଥିବାବେଳେ  ଜୁନ୍‌ 30, 2020 ସୁଦ୍ଧା ଏହା ବଢି 1 କୋଟି 60 ଲକ୍ଷ 28 ହଜାର 039ରେ ପହଞ୍ଚିଛି । ମୋଦିଙ୍କର ଏନଏସସି ଓ ଇନଫ୍ରା ବଣ୍ଡ ମଧ୍ୟ ରହିଛି । ଏନଏସସିରେ 8 ଲକ୍ଷ 43 ହଜାର 124ଟଙ୍କା ରହିଥିବାବେଳେ 1 ଲକ୍ଷ 50 ହଜାର 957 ଟଙ୍କାର  ଜୀବନବୀମା ପଲିସି ରହିଛି । ସେହିପରି ସେ 20 ହଜାର ଟଙ୍କାର ଇନଫ୍ରା ବଣ୍ଡ ମଧ୍ୟ କିଣିଛନ୍ତି  । ଅପରପକ୍ଷରେ ମୋଦିଙ୍କ ନାମରେ ଗାନ୍ଧୀନଗରରେ ଯେଉଁ ଘର ରହିଛି ତାହାର ମୂଲ୍ୟ 1 କୋଟି 1 ଲକ୍ଷ ଟଙ୍କା । ମୋଦି କେଉଁଠାରୁ ଋଣ କରିନଥିବାବେଳେ ତାଙ୍କ ପାଖରେ କାର ନାହିଁ  । ତେବେ ତାଙ୍କପାଖରେ 4ଟି ସୁନା ମୁଦି ରହିଛି।

ଅପରପକ୍ଷରେ ଅମିତ୍‌ ଶାହାଙ୍କ ସମ୍ପତ୍ତି ହ୍ରାସ ପାଇଛି । 2020 ବର୍ଷରେ ଜୁନ୍‌ ମସିହରେ ତାଙ୍କର ମୋଟ୍‌ ସମ୍ପତ୍ତି 28 ,63 କୋଟି ରହିଛି, ଯେତେବେଳେ  ଗତ ଲୋକସଭା ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତି 32.,3 କୋଟି ରହିଥିଲା । ସେହିପରି ଅମିତ୍‌ ଶାହାଙ୍କ ନିକଟରେ 15 ହଜାର 814 ଟଙ୍କା କ୍ୟାସ୍‌ ରହିଥିବାବେଳ 1.04 କୋଟିର ବ୍ୟାଙ୍କ ବାଲାନ୍ସ ଓ ଇନ୍ସୋରାନ୍ସ ରହିଛି । ଏହା ସହିତ 13. 47 ଲକ୍ଷର ପେନସନ୍‌ ପିଲିସି, 2.79 ଲକ୍ଷର ଫିକ୍ସଡ ଡିପୋଜିଟ୍‌ ସ୍କିମ୍‌ ଓ 44.47 ଲକ୍ଷର ଜୁଏଲାରୀ ରହିଛି । (ଏଜେନ୍ସି)

narendra modi property
Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026
Latest News

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.