ଆସନ୍ତା 19ରୁ ଆଉ ଏକ ଲଘୁଚାପ ! : ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଚିଠି ଦେଲେ ଏସ୍‌ଆରସି

Published: Oct 16, 2020, 6:25 pm IST

ଭୁବନେଶ୍ବର : ଆସନ୍ତା 19 ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ଅର୍ଥାତ୍ ତିନିଧରି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଏସ୍‌ଆରସି ଚିଠି ଲେଖିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବନ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ନେଇ ଆସନ୍ତା 20ରେ 2 ଜିଲ୍ଲା ଏବଂ 21 ତାରିଖରେ 4ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

20 ଓ 21 ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବାବେଳେ 21 ତାରିଖ ପାଇଁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ପାଇଁ ଅରେଞ୍ଜିଂ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts