ରାଜ୍ୟରେ ଆଜି ୨ ହଜାର ୧୯୬ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

Published: Oct 17, 2020, 11:19 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୯୨୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ହଜାର ୩୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୧ ହଜାର ୩୮୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୭୮୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୦୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୦୭ ବାଲେଶ୍ବରରୁ ୧୦୪, ବରଗଡରୁ ୮୦, ଭଦ୍ରକରୁ ୧୬, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୩୨, କଟକରୁ ୧୭୫, ଢେଙ୍କାନାଳରୁ ୩୩, ଗଜପତିରୁ ୭, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୮୬, ଯାଜପୁରରୁ ୧୧୩, ଝାରସୁଗୁଡାରୁ ୭୧, କଳାହାଣ୍ଡିରୁ ୯୪, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୮୨, କେଉଁଝରରୁ ୬୭, କୋରାପୁଟରୁ ୨୯, ମାଲକାନଗିରିରୁ ୧୧୯, , ନବରଙ୍ଗପୁରରୁ ୫୦, ନୟାଗଡରୁ ୨୦, ନୂଆପଡାରୁ ୧୦୮, ପୁରୀରୁ ୭୭, ରାୟଗଡାରୁ ୧୪,  ସମ୍ବଲପୁରରୁ ୩୭, ସୋନପୁରରୁ ୭୦, ସୁନ୍ଦରଗଡରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୫୦ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Related posts