Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘ ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ଚାଲିଲା ଡଙ୍ଗା
ଆଜିର ଖବର

ଦୀର୍ଘ ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ଚାଲିଲା ଡଙ୍ଗା

October 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : କରୋନାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ବନ୍ଦ ରହିଥିଲା। କରୋନା ସଂକ୍ରମଣ ହ୍ରାସକୁ ଦେଖି ସାରା ଦେଶରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ଦୀର୍ଘ ସାତ ମାସରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ପୁଣି ଥରେ ନୌକା ବିହାର ପାଇଁ ବାଟ ଫିଟିଛି । ତେବେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଥିବାର ସୂଚନା ରହିଛି । ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ଡଙ୍ଗାରେ ସର୍ବାଧିକ ନଅ ଜଣ ବ୍ୟକ୍ତିଙ୍କ ଯିବା ଲାଗି ଅନୁମତି ରହିଥିବାବେଳେ କୋଭିଡ୍‌ ଗାଇଡଲାଇନ୍‌କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ୍‌ ନିୟମ ପାଳନ କରି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନେବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏହି ନିୟମ ଉଲ୍ଳଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ଆଜି ଦିବା ଦଶ ଘଟିକାରେ ଚିଲିକା କୂଳରୁ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।

ଉକ୍ତ ସମୟରେ ମା’ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ୍, ବାଲୁଗାଁ‌ର ସଭାପତି ଲକ୍ଷ୍ମୀଧର ତରେଇ, ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା, ଉପସଭାପତି ତରଣୀ ବଳବନ୍ତରାୟ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।  ସୂଚନା ଥାଉ କି, ବାରମ୍ବାର ଉକ୍ତ ସଂଘ ଦ୍ବାରା ଜିଲ୍ଲାପାଳଙ୍କୁ ଡଙ୍ଗା ଚଳାଚଳ ପାଇଁ ଅନୁରୋଧ କରାଯାଇଥିଲା  । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ  ଗତ 15 ତାରିଖରୁ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ଚିଲିକାରେ ଡଙ୍ଗା ଚଳାଚଳକୁ ଅନୁମତି ପ୍ରଦାନ କରିଥିବାବେଳେ  ପ୍ରତିକୂଳ ପାଗ ଯୋଗୁଁ ଆଜିଠାରୁ ଚିଲିକାରେ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି ।

ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026

ଲଜ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସାଥି ଯୁବକ ଫେରାର

October 4, 2026
Latest News

୨୦୨୭ ୟୁପି ନିର୍ବାଚନରେ ଏକାକୀ ଲଢ଼ିବ ଚିରାଗଙ୍କ ଦଳ? ବିଜେପିକୁ ନେଇ ଦେଲେ ବଡ଼ ସଙ୍କେତ

October 5, 2026

ଆଜି ଅକ୍ଟୋବର ୦୫ ତାରିଖରେ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ ବିସ୍ତୁତ ଭାଗ୍ୟଫଳ

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026

ଚଳଚଞ୍ଚଳ ରାଜ୍ୟ ରାଜନୀତି: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ୩ ପ୍ରମୁଖ ଦଳ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.