ଧାନ ପରେ ମକା ଚିନ୍ତାରେ ଚାଷୀ: ଶହ ଶହ ହେକ୍ଟର ମକା ଚାଷରେ ଗଜା

Published: Oct 20, 2020, 6:31 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଧାନ ଚାଷରେ ରୋଗପୋକ ପ୍ରାଦୁର୍ଭାବର ଚିନ୍ତା ଶେଷ ନ ହେଉଣୁ ଏବେ ପୁଣି ମକା ଚାଷ ରେ ଗଜା। ସତେ ଯେମିତି ଚାଷୀ ପିଛା ଗୋଡ଼ାଇଛି ସମସ୍ୟା। ଧାର କରଜ କରି ଚାଷୀମାନେ ଶହ ଶହ ହେକ୍ଟର ଚାଷଜମି ରେ ମକା ଚାଷ କରିଥିଲେ। ଆଶାବାନ୍ଧି ଥିଲେ ଏଥିରୁ ଦ୍ଵି ପଇସା ପାଇଁ ନିଜ ପରିବାର ପ୍ରତିପୋଷଣ କରିବା ସହ ଋଣ କରଜ ସୁଝିବେ।ହେଲେ ଶେଷରେ ଲଘୁଚାପଜନିତ ବର୍ଷା ଦାଉ ସାଜିଲା।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କଦଲିମୁଣ୍ଡା ପଂଚାୟତ ର ହାତୀପଖାନ ଗ୍ରାମର ଶତାଧିକ ଚାଷୀ ଏବେ ନାଇନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଜଣାପଡିଛି। ଗ୍ରାମର ୪୦/୫୦ଜଣ ଚାଷୀ ପ୍ରାୟ ୨୦ହେକ୍ଟର ଜମିରେ ମକା ଚାଷ କରିଥିଲେ। ହେଲେ ଲଘୁଚାଜନିତ ଲଗାଣ ବର୍ଷ ଓ ପବନରେ ମକା ଗଛ ସବୁ ଅହଳି ପଡି ନଷ୍ଟ ହୋଇଥିଲା। ଏବେ ଚାଷୀ ମକା ଗୋଟେଇବା ବେଳକୁ ପୁଣି ଲଘୁଚାପଜନିତ ବର୍ଷା ଲାଗିରହିଛି। ଯାହାକି ମକା ମଞ୍ଜିରୁ ଗଜା ବାହାରି ପଡ଼ିଥିବା ବେଳେ ଚାଷୀଙ୍କ ଭିତରେ ଘୋର ଚିନ୍ତାର କାରଣ ପାଲଟିଛି। କିଏ ଘରୋଇ ଋଣ କରିଛି ତ କିଏ ସରକାରୀ, ବେସରକାରୀ ସଂସ୍ଥା ଠାରୁ ଋଣ କରିଛି। ଏପରି ସ୍ଥଳେ ମକା ବିକ୍ରି ଯିବା ଅସମ୍ଭବ ହୋଇପଡିଛି।

ଏଣେ କୃଷକ ମଞ୍ଚ ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ସରକାରୀ ସହାୟତା କରିବାକୁ ଦାବି ରଖିଛି। ତେବେ ସରକାରୀ ସହାୟତା ଯୋଗାଇ ନ ଦେଲେ ଆନ୍ଦୋଳନ କରାଯିବ ବୋଲି କୃଷକ ମଞ୍ଚ ଚେତାବନୀ ଦେଇଛନ୍ତି।

Related posts