ବାତ୍ୟା ହେବନି : ଆଇଏମ୍‌ଡି ଡିଜି

Published: Oct 22, 2020, 1:23 pm IST

ଭୁବନେଶ୍ୱର:  ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ  ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ । ଏଭଳି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତାଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ପରେ  ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଜି ଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ। ଗ୍ରାମାଞ୍ଚଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ହୋଇପାରେ। ବିଶେଷ କରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ।  ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବାକୁ ଥିବାବେଳେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।  ଏଥିସହ ଓଡ଼ିଶାର ସବୁ ବନ୍ଦରକୁ 3 ନଂ ସତର୍କ ସଙ୍କେତ ଜାରି କରାଯାଇଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Related posts