Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିକୁ ଖାରବେଳଙ୍କ ପ୍ରତ୍ୟାବର୍ତ୍ତନ : କନ୍ଧମାଳରୁ ବିଜେପିର ଲୋକସଭା ପ୍ରାର୍ଥୀ
ଆଜିର ଖବର

ବିଜେପିକୁ ଖାରବେଳଙ୍କ ପ୍ରତ୍ୟାବର୍ତ୍ତନ : କନ୍ଧମାଳରୁ ବିଜେପିର ଲୋକସଭା ପ୍ରାର୍ଥୀ

March 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
kharavel swain joins bjp
kharavel swain joins bjp

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ପାଇଁ ମନୋନୀତ ହେଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟରେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ଦଳ ଗଠନ କରିଥିଲେ।ବିଜେପିରେ ସାମିଲ ହେବାପରେ ଖାରବେଳ ସ୍ୱାଇଁ କହିଛନ୍ତି,“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ସାହିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ” ସେ ଆହୁରି କହିଛନ୍ତି,“ ରାଜ୍ୟରେ ବିଜେଡି ସରକାର ଅପାରଗ, ଭ୍ରଷ୍ଟାଚାର। ନବୀନଙ୍କୁ ହଟାଇବା ଲକ୍ଷ୍ୟରେ ନିଜ ଇଛାରେ ବିଜେପିକୁ ଫେରିଛି। ଆସନ୍ତା ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିବ। ସୂଚନା ଯୋଗ୍ୟ ଯେ ଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ବିଜେପିରେ ମିଶିଥିଲେ। ଏହି ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

BJP joins thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Latest News

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.