କରୋନା ଟୀକା ଶୀଘ୍ର ଉପଲବ୍ଧ ହେବା ନେଇ ମିଳିଲା ସଂକେତ

Published: Oct 23, 2020, 6:05 pm IST

ନୂଆଦିଲ୍ଲୀ: କରୋନା ଟୀକା ଶୀଘ୍ର ଉପଲବ୍ଧ ହେବା ନେଇ ସଂକେତ ମିଳିଛି। ସେଥିପାଇଁ ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ମିଳିଥିବା ସୂଚନା ରହିଛି। ସ୍ଵାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମିଳିଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ସ୍ୱାସ୍ଥ୍ୟ ଏସିଏସଙ୍କ ଚିଠି ହୋଇଥିବା ଖବର ମିଳିଛି। ଏହା ସହିତ ଆଇଏମଏ, ଆୟୁଷ, ନର୍ସିଙ୍ଗ ଆସୋସିଏସନ ସଭାପତିଙ୍କୁ ମଧ୍ୟ ଚିଠି ହୋଇଥିବା କୁହାଯାଉଛି। ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡ଼ିକାଲ ସଂଘ ସଭାପତିଙ୍କୁ ମଧ୍ୟ ଚିଠି ହୋଇଥିବା ଶୁଣାଯାଉଛି। ଉକ୍ତ ଚିଠିରେ ସଂଘ ସଦସ୍ୟଙ୍କ ନାମ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ  ଦେବାପାଇଁ ଉଲ୍ଲେଖ କରାଯାଇଛି। ଏନେଇ ଏସିଏସ ଅକ୍ଟୋବର ୨୯ ତାରିଖ ସୁଦ୍ଧା ନାମ ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମଏସରେ ଡାଟା ଅପଲୋଡ ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡି କର୍ମୀ, ହେଲ୍ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ପାଇଁ ନିର୍ଦ୍ଦେଶ ରହିଛି।

Related posts