ଏଣିକି ଅଯଥାରେ ପାଣି ନଷ୍ଟ କଲେ କଡା କାର୍ଯ୍ୟାନୁଷ୍ଠାନ : ଜେଲ୍‌ ଦଣ୍ଡାଦେଶ ସହ 5 ଲକ୍ଷଟଙ୍କାର ଜରିମାନା

Published: Oct 24, 2020, 5:04 pm IST

ନୂଆଦିଲ୍ଲୀ :  ଅଯଥା ପାଣି ନଷ୍ଟ କରୁଛନ୍ତି କି ? ଏବେଠୁ ସତର୍କ ହୋଇଯାଆନ୍ତୁ । ସେଣ୍ଟ୍ରାଲ୍‌ ଗ୍ରାଉଣ୍ଡ ଓ୍ବାଟର ଅଥୋରିଟି (ସିଜିଡବ୍ଲୁଏ)ର ନୂଆ ନିର୍ଦ୍ଦେଶ ଅନୁସାରେ ପିଇବା ପାଣିର ଦୂରୁପଯୋଗ କଲେ ମୋଟା ଅଙ୍କରର ଜରିମାନା ସହ 5 ବର୍ଷ ଜେଲ୍‌ ଦଣ୍ଡାଦେଶ ହେବ । ଏବେଠାରୁ ପିଇବା ପାଣି ବା ପୋଟେବଲ ଓ୍ବାଟରକୁ ନଷ୍ଟ କରିବା କିମ୍ବା ଅଯଥାରେ ବ୍ୟବହାରେ କଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯାଇ କଡା ଦଣ୍ଡାଦେଶ ହେବ । ଏନେଇ ସିଜିଡବ୍ଳୁଏ 2020 ଅକ୍ଟୋବର 8 ରେ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ସିଜିଡବ୍ଲୁଏ ଦେଶର ସବୁ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶକୁ ପିଇବା ପାଣି ଓ ଭୂଗର୍ଭ ଜଳର ଦୁରୁପଯୋଗ ରୋକିବା ପାଇଁ ଏକ କମିଟି ବିକଶିତ କରିବା ସହ ଏନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେଠାରୁ କୌଣସିବ୍ୟକ୍ତି, ସଂସ୍ଥା ଆଦି ପାନୀୟ ଜଳକୁ ଅପବ୍ୟବହାର କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । (ଏଜେନ୍ସି)

Related posts