ଏଣିକି ଘରେ କୁକୁର ରଖିଲେ କରିବାକୁ ପଡିବ ଲାଇସେନ୍ସ, ନଚେତ ଦେବାକୁ ପଡିବ ଜରିମାନା

Published: Oct 24, 2020, 6:11 pm IST

ଉତ୍ତରାଖଣ୍ଡ : ଘରେ କୁକୁର ପୋଷିଛନ୍ତି କି? ତେବେ ସାବଧାନ ହୋଇଯା’ନ୍ତୁ । ଘରେ କୁକୁର ରଖିବାକୁ ହେଲେ କରିବାକୁ ପଡ଼ିବ ଲାଇସେନ୍ସ। ଯଦି ଆପଣଙ୍କ ଘରେ କୁକୁର ଅଛି ଏବଂ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଭରିବାକୁ ପଡିବ । ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି। ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ଅଜବ ନିୟମ ଲାଗୁ କରାଯାଇଛି। ଏଣିକି ଡେରାଡୁନରେ ଯେଉଁ ବ୍ୟକ୍ତି ତାଙ୍କ ଘରେ ପୋଷା କୁକୁର ରଖିଥିବେ କିମ୍ଵା ଆଗକୁ ରଖିବାକୁ ଚାହୁଁଥିବେ ତାଙ୍କୁ ଏଥିପାଇଁ ଲାଇସେନ୍ସ କରିବାକୁ ପଡ଼ିବ। ଯେଉଁମାନେ ଏହା ନ କରିବେ, ସେମାନଙ୍କୁ ଜରିମାନା ଦେବାକୁ ପଡିବ।

ନଭେମ୍ବର ପ୍ରଥମ ସପ୍ତାହରୁ ମହାନଗର ନିଗମ ଘର ଘର ବୁଲି ପୋଷା କୁକୁର ଗଣନା କରିବା ସହ ଯେଉମାନଙ୍କଠାରେ କୁକୁର ପୋଷିବା ପାଇଁ ଲାଇସେନ୍ସ ନ ଥିବା ସେମାନଙ୍କଠାରୁ ଦୈନିକ 50ଟଙ୍କା ହିସାବରେ ଜରିମାନା ଆଦାୟ କରିବ । ସେହିପରି କୁକୁର ପାଳିବାକୁ ହେଲେ ପ୍ରଥମେ 200ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡିବ । ଏହାପରେ ମହାନଗର ନିଗମ ତରଫରୁ କୁକୁରମାଲିକଙ୍କୁ ଟୋକନ୍‌ ଦିଆଯିବ । ଯଦି କୁକୁର କାହାକୁ କାମୁଡେ, ତେବେ ଏଥିପାଇଁ କୁକୁରର ମାଲିକଙ୍କୁ ଜରିମାନା ଦେବାକୁ ପଡିବ । (ଏଜେନ୍ସି)

Related posts