Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କୁକୁରମାନେ ରାତିରେ କାହିଁକି କାନ୍ଦନ୍ତି? ପ୍ରକୃତରେ ସେମାନଙ୍କୁ ଦେଖାଯା’ନ୍ତି କି ଆତ୍ମା?

ଭୁବନେଶ୍ଵର: ଶୀତ ଋତୁରେ ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ରାତି ହେବା ମାତ୍ରେ କୁକୁରମାନେ କାନ୍ଦିବା ଆରମ୍ଭ କରନ୍ତି। କିଛି ଲୋକ ବିଶ୍ଵାସ କରନ୍ତି ଯେ, କୁକୁରମାନେ ଏହା କରନ୍ତି କାରଣ ସେମାନେ ଆତ୍ମା ​​ଦେଖିପାରନ୍ତି। କିନ୍ତୁ ଏହା ସତ କି, ଆସନ୍ତୁ ଜାଣିବା…..

ପିଲାଦିନେ ଯେତେବେଳେ ରାତିରେ କୁକୁର ଏବଂ ବିଲେଇମାନଙ୍କର କାନ୍ଦ ଶୁଣିଯାଏ, ଘରର ବୟଜ୍ୟେଷ୍ଠମାନେ କୁହନ୍ତି ଯେ, ସେମାନେ ଆତ୍ମା ​​ଦେଖିଛନ୍ତି। ବିଶେଷକରି ଗାଁଗୁଡିକରେ ଏହା ବହୁଳ ଭାବରେ କୁହାଯାଏ। କିନ୍ତୁ ଯଦି ଆପଣ ଏହା ପଛରେ ବୈଜ୍ଞାନିକ ତର୍କ ଖୋଜିବାକୁ ଚେଷ୍ଟା କରନ୍ତି, ତେବେ ଆପଣ ଖାଲି ହାତରେ ରହିଯିବେ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ପଶୁମାନେ, ବିଶେଷକରି କୁକୁରମାନେ ଶୀତଦିନେ କାନ୍ଦନ୍ତି କାରଣ ସେମାନେ ଥଣ୍ଡା ଅନୁଭବ କରନ୍ତି। ବେଳେବେଳେ, ସେମାନେ ନିଜ ଭାଷାରେ ଅନ୍ୟ କୁକୁରମାନଙ୍କୁ କିଛି ବାର୍ତ୍ତା ଦେଉଛନ୍ତି। ଏଥି ସହିତ, କିଛି ଲୋକ ବିଶ୍ଵାସ କରନ୍ତି ଯେ ଯଦି ଦିନରେ ଗୋଟିଏ କୁକୁର ଆଘାତ ପାଏ, ତେବେ ରାତିରେ ପାଗ ଥଣ୍ଡା ହେବା ସହିତ ସେମାନଙ୍କର ଯନ୍ତ୍ରଣା ବଢିଯାଏ, ଏହି କାରଣରୁ ସେମାନେ କାନ୍ଦନ୍ତି।

କୁକୁର କାନ୍ଦିବାର କ୍ଷୁଧା ମଧ୍ୟ ଏକ କାରଣ ହୋଇପାରେ। ବାସ୍ତବରେ ଶୀତଦିନରେ ରାତି ଲମ୍ବା, ତେଣୁ ଯେତେବେଳେ କୁକୁରମାନେ ଅନ୍ଧାର ପରେ କିଛି ଖାଇବାକୁ ପାଇବେ ନାହିଁ, ସେମାନେ ରାତିରେ ଭୋକ ହେତୁ କାନ୍ଦିବାକୁ ଲାଗନ୍ତି। ପରିବାରଠାରୁ ଅଲଗା ହେବା ମଧ୍ୟ କୁକୁରମାନଙ୍କର କାନ୍ଦିବାର କାରଣ। ବାସ୍ତବରେ, କୁକୁରମାନେ ପାରିବାରିକ ଜୀବ, ଯେତେବେଳେ ସେମାନେ ନିଜ ଗୋଷ୍ଠୀରୁ ଅଲଗା ହୁଅନ୍ତି କିମ୍ବା ଏକ ଗୃହପାଳିତ କୁକୁର ଏହାର ମାଲିକ କିମ୍ବା ପରିବାରଠାରୁ ଅଲଗା ହୋଇଯାଏ, ତେବେ ସେ ରାତିରେ କାନ୍ଦିବା ଆରମ୍ଭ କରେ।

କେତେକ ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ, ବୟସ ବୃଦ୍ଧି ହେତୁ କୁକୁରମାନଙ୍କଠାରେ ଭୟ ବଢିବାବାରେ ଲାଗେ। ଏପରି ପରିସ୍ଥିତିରେ, ଯେତେବେଳେ ସେମାନେ ରାତିରେ ଏକୁଟିଆ ରହନ୍ତି ଏବଂ ସେମାନେ ଏକାକୀ ଅନୁଭବ କରନ୍ତି, ସେମାନେ କାନ୍ଦିବା ଆରମ୍ଭ କରନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ, କିନ୍ତୁ ନୀରବରେ ସହିଯାଏ କଷ୍ଟ

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି। ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି, ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି। ଏହି ହୃଦ୍‌ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି।

କୁକୁରର ଆୟୁଷ ୧୨ ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି। ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି।

ଘରେ ରଖୁଥିବା ପୋଷା କୁକୁରଟି ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ନ ପାରେ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ନ ଶୁଣେ ତେବେ ମାଲିକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ସେ କହିଛନ୍ତି।

କୁକୁରଟିର ହୃଦ୍ ସମସ୍ୟା ଅଛି ବୋଲି ଜାଣିବା କଷ୍ଟକର ହୋଇଥିବାରୁ ତା’ର ନିୟମିତ ହୃଦ୍ ସମ୍ପର୍କିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍। ନୂତନ ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ବାର୍ତ୍ତମାନ କୁକୁରମାନଙ୍କର ଶରୀରରେ ପେସମେକର ମଧ୍ୟ ଲଗା ଯାଇପାରୁଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୱାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି। ଗୃହକର୍ତାମାନେ ମଧ୍ୟ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ବୁଝିବା ଉଚିତ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସମ୍ମିଳନୀକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ କୁକୁରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପଲେକ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ପଞ୍ଜାବ, ସିକିମ, ଉତରପ୍ରଦେଶ, ତ୍ରିପୁରା ଓ ତେଲେଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ଚାରିଟି ଟେକ୍ନିକାଲ୍ ସେସନ୍‌ରେ ସମୁଦାୟ ୨୦ଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ଏହି ସମ୍ମିଳନୀକୁ ଆଇଭିଏସ୍‌ଏଏଚ୍ ପକ୍ଷରୁ ଡାକ୍ତର ସାଲିବାହାନ୍ ଚକ୍ରବର୍ତୀ, ପ୍ରଫେସର ବାନାମ୍ବର ଦାଶ, ପ୍ରଫେସର ରାଧାମୋହନ ନରେନ୍ଦ୍ର, ପ୍ରଫେସର ଧନଞ୍ଜୟ ଦାସ, ଆସିଷ୍ଟାଂଟ ପ୍ରଫେସର ବଳରାମ ସାହୁ, ଦେବେନ୍ଦ୍ର ବିଶ୍ୱାଳ, ବିକାଶ ଦାସ, ଆନାଲିସା ଦେବବର୍ମା ଓ ପ୍ରଜ୍ଞା ମହାପାତ୍ର ପରିଚାଳନା କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ କେହି ଜଣେ ବିଷ ଦେଇ ମାରିଦେଲା ପାଞ୍ଚୋଟି କୁକୁର, ପୋଲିସର ତଦନ୍ତ

ଭୁବନେଶ୍ବର: ଗତକାଲି ଭୁବନେଶ୍ବରର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ସେହି ଅଞ୍ଚଳରେ ଥିବା ସିଅନ ଶ୍ରମିକ ବସ୍ତି ନିକଟରେ ପାଞ୍ଚୋଟି କୁକୁର ମରି ପଡିଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ସ୍ଥାନରେ ଏହି କୁକୁର ମରି ପଡିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମା ଆଉ ଚାରୋଟି ଛୁଆ କୁକୁର।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ କାହିଁକି ଏପରି କଲା ସେ ନେଇ ତନାଘନା ଚାଲିଛି। ତେବେ ରାତିରେ ଏହି କୁକୁର ଲୋକଙ୍କୁ ଦେଖି ଭୁକୁଥିବାରୁ କେହି ବିଷ ଦେଇ ମା ପିଲାଙ୍କୁ ମାରି ଦେଇଛି ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ଥାନାରେ ଏକ ମାମଲା ଋଜୁ କରାଯାଇଛି।

Categories
ଆଜିର ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: କୁକୁରଠାରେ ମଧ୍ୟ ଏପରି ଛଅଟି ଗୁଣ ଅଛି ଯାହା ମଣିଷ ଶିକ୍ଷା କରିବା ଉଚିତ୍

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ଆଜିର ମଣିଷ ପାଇଁ ବେଶ ଉପାଦେୟ। ସେସବୁକୁ ଯେ ପାଳନ କରେ ସେ ନିଶ୍ଚିତ ଭାବେ ସବୁ କ୍ଷେତ୍ରରେ ବିଜୟ ହେବା ସହିତ ପ୍ରଶଂସା ମଧ୍ୟ ପାଇଥାଏ। ବିଭିନ୍ନ ପଶୁପକ୍ଷୀଙ୍କଠାରୁ ମଧ୍ୟ ମଣିଷ ଶିକ୍ଷା ଲାଭ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ସେହି ଅନୁସାରେ କୁକୁରଠାରୁ ମଧ୍ୟ ଅନେକ ସତ୍ ଗୁଣ ମଣିଷ ଶିକ୍ଷା କରିବା ଉଚିତ।

ଚାଣକ୍ୟଙ୍କ ମତରେ ମଣିଷ କୁକୁରଠାରୁ ଛଅଟି ଗୁଣ ଶିକ୍ଷା କରିବା ଉଚିତ। ତାହା ହେଲା ଖାଦ୍ୟ ନଷ୍ଟ ନ କରିବା, ଅଳ୍ପ ଖାଦ୍ୟରେ ସନ୍ତୁଷ୍ଠ ହେବା, ନିଦ୍ରାରେ ଥିଲେ ମଧ୍ୟ ସତର୍କ ରହିବା, ନିଦ୍ରାରୁ ଉଠି ସହସା ଜାଗରଣ, ପ୍ରଭୃ ଭକ୍ତି ଏବଂ ବୀରତା। ଚାଣକ୍ୟଙ୍କ ମତରେ କୁକୁରକୁ ବେଶୀ ଖାଦ୍ୟ ଦେଲେ ମଧ୍ୟ କୁକୁରର ଧର୍ମ ହେଲା ସେ ସବୁ ଚାଟି ଖାଇଦିଏ। ଖାଦ୍ୟ କେବେ ନଷ୍ଟ ହେବାକୁ ଦିଏ ନାହିଁ।

ସେହିପରି କୁକୁରକୁ ଅଳ୍ପ ଖାଦ୍ୟ ଦେଲେ ମଧ୍ୟ ସେ ସେଥିରେ ସନ୍ତୁଷ୍ଠ ହୋଇଥାଏ। ସେ ସେହି ଅଳ୍ପହାରୀ ହୋଇ ମଧ୍ୟ ନିଜର କାମରେ ଲାଗିପଡେ। ସେହିପରି କୁକୁର ଯେତେ ଗାଢ ନିଦ୍ରାରେ ଶୋଇ ଥିଲେ ମଧ୍ୟ ସେ ସାମାନ୍ୟ ଶଦ୍ଦରେ ଉଠିପଡେ। ନିଦ୍ରାରୁ ଉଠିବା ସହ ସେ ସବୁବେଳେ ସଜାଗ ହୋଇପଡେ। ଆଳସ୍ୟତା ତା ପାଖରେ ଦେଖିବାକୁ ମିଳେ ନାହିଁ।

ସେହିପରି ପ୍ରଭୃଭକ୍ତି ହେଉଛି କୁକୁରର ଆଉ ଏକ ଭଲ ଗୁଣ ଯାହା ମଣିଷ ଶିକ୍ଷା କରିବା ଉଚିତ। ଅନ୍ୟକୁ ଭଗବାନ ଭାବି ତାହାର ସେବା କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ। ସେହିପରି କୌଣସି ଶତ୍ରୁଙ୍କୁ ଘରେ ଭର୍ତ୍ତି ନ କରାଇବା ଧର୍ମ ପାଳନ କରିଥାଏ କୁକୁର। ଶତ୍ରୁ ଯେତେ ବଡ ହେଉ ନା କାହିଁକି ତାହା ସହିତ ସେ ବୀରତ୍ବର ସହ ଲଢେଇ କରେ।

Categories
ଆଜିର ଖବର ରାଜ୍ୟ ଖବର

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏ ସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟିରେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ରେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ଘରେ କୁକୁର ରଖିଲେ କରିବାକୁ ପଡିବ ଲାଇସେନ୍ସ, ନଚେତ ଦେବାକୁ ପଡିବ ଜରିମାନା

ଉତ୍ତରାଖଣ୍ଡ : ଘରେ କୁକୁର ପୋଷିଛନ୍ତି କି? ତେବେ ସାବଧାନ ହୋଇଯା’ନ୍ତୁ । ଘରେ କୁକୁର ରଖିବାକୁ ହେଲେ କରିବାକୁ ପଡ଼ିବ ଲାଇସେନ୍ସ। ଯଦି ଆପଣଙ୍କ ଘରେ କୁକୁର ଅଛି ଏବଂ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଭରିବାକୁ ପଡିବ । ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି। ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ଅଜବ ନିୟମ ଲାଗୁ କରାଯାଇଛି। ଏଣିକି ଡେରାଡୁନରେ ଯେଉଁ ବ୍ୟକ୍ତି ତାଙ୍କ ଘରେ ପୋଷା କୁକୁର ରଖିଥିବେ କିମ୍ଵା ଆଗକୁ ରଖିବାକୁ ଚାହୁଁଥିବେ ତାଙ୍କୁ ଏଥିପାଇଁ ଲାଇସେନ୍ସ କରିବାକୁ ପଡ଼ିବ। ଯେଉଁମାନେ ଏହା ନ କରିବେ, ସେମାନଙ୍କୁ ଜରିମାନା ଦେବାକୁ ପଡିବ।

ନଭେମ୍ବର ପ୍ରଥମ ସପ୍ତାହରୁ ମହାନଗର ନିଗମ ଘର ଘର ବୁଲି ପୋଷା କୁକୁର ଗଣନା କରିବା ସହ ଯେଉମାନଙ୍କଠାରେ କୁକୁର ପୋଷିବା ପାଇଁ ଲାଇସେନ୍ସ ନ ଥିବା ସେମାନଙ୍କଠାରୁ ଦୈନିକ 50ଟଙ୍କା ହିସାବରେ ଜରିମାନା ଆଦାୟ କରିବ । ସେହିପରି କୁକୁର ପାଳିବାକୁ ହେଲେ ପ୍ରଥମେ 200ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡିବ । ଏହାପରେ ମହାନଗର ନିଗମ ତରଫରୁ କୁକୁରମାଲିକଙ୍କୁ ଟୋକନ୍‌ ଦିଆଯିବ । ଯଦି କୁକୁର କାହାକୁ କାମୁଡେ, ତେବେ ଏଥିପାଇଁ କୁକୁରର ମାଲିକଙ୍କୁ ଜରିମାନା ଦେବାକୁ ପଡିବ । (ଏଜେନ୍ସି)