ଭୁବନେଶ୍ବରରେ କେହି ଜଣେ ବିଷ ଦେଇ ମାରିଦେଲା ପାଞ୍ଚୋଟି କୁକୁର, ପୋଲିସର ତଦନ୍ତ

Published: Apr 4, 2023, 3:03 pm IST

ଭୁବନେଶ୍ବର: ଗତକାଲି ଭୁବନେଶ୍ବରର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ସେହି ଅଞ୍ଚଳରେ ଥିବା ସିଅନ ଶ୍ରମିକ ବସ୍ତି ନିକଟରେ ପାଞ୍ଚୋଟି କୁକୁର ମରି ପଡିଥିବାର ଦେଖିବାକୁ ମିଳିଥିଲା। ଗୋଟିଏ ସ୍ଥାନରେ ଏହି କୁକୁର ମରି ପଡିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମା ଆଉ ଚାରୋଟି ଛୁଆ କୁକୁର।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ କାହିଁକି ଏପରି କଲା ସେ ନେଇ ତନାଘନା ଚାଲିଛି। ତେବେ ରାତିରେ ଏହି କୁକୁର ଲୋକଙ୍କୁ ଦେଖି ଭୁକୁଥିବାରୁ କେହି ବିଷ ଦେଇ ମା ପିଲାଙ୍କୁ ମାରି ଦେଇଛି ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ଥାନାରେ ଏକ ମାମଲା ଋଜୁ କରାଯାଇଛି।

Related posts