ଅଚାନକ ପୁରୀ ଗସ୍ତ କଲେ 5ଟି ସଚିବ ଭି.କେ ପାଣ୍ଡିୟାନ, ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ତଦାରଖ

Published: Oct 24, 2020, 8:55 pm IST

ପୁରୀ, ଆଜି ଅଚାନକ ପୁରୀ ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିୟାନ। ଆଜି ଭୋରରୁ ସେ ପୁରୀ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ସ୍ବର୍ଗଦ୍ବାର ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ଗୋଶାଳା ମଧ୍ୟ ଗସ୍ତ କରି ସେଠାକାର ଉନ୍ନୟନ କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ସେହିପରି ଭିକାରୀମାନଙ୍କ ଥଇଥାନ କେନ୍ଦ୍ର ମଧ୍ୟ ଗସ୍ତ କରି ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରକୁ ଯେଉଁ ବିଶ୍ବ ଐତିହ୍ୟ ସହରର ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ପାଇଁ ପୁରା ପ୍ରଶାସନ ପଦକ୍ଷେପ ନେବାରେ ଲାଗିଛି।

ସ୍ୱର୍ଗଦ୍ୱାରର ପୁନଃବିକାଶ ୫‘ଟି’ ସୂତ୍ର ଅନ୍ତର୍ଭୁକ୍ତ ଓ ଏହି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା କ୍ରମେ ଆରମ୍ଭ ହୋଇଛି ଏବଂ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା ଶେଷ ହେବ । ପାଣ୍ଡିଆନ୍‌ ମଧ୍ୟ ବାଙ୍କୀ ମୁହାଣ ଓ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଥିବା ପୁରୀ ବେଳାଭୂମି ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ, ଭୁବନେଶ୍ୱର ଓ କଟକ ମହାନଗର ନିଗମର କମିଶନର ଏହି ସମୀକ୍ଷା ସମୟରେ ଉପସ୍ଥିତ ଥିଲେ।

Related posts