ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ

Published: Oct 27, 2020, 2:26 pm IST

ପୁରୀ : ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ । ପ୍ରତ୍ନତତ୍ତ୍ବ ବିଭାଗ ଟିମ୍‌ ଦ୍ବାରା ବାଇଶି ପାହାଚର ଅନୁଧ୍ୟାନ କରାଯାଇଛି । ଏହି ଅନୁଧ୍ୟାନବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଛି । ଆବଶ୍ୟକ ପଡିଲେ ଦୁର୍ବଳ ପଥରର ପରିବର୍ତ୍ତନ କରାଯିବ । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ବାର ପଟୁ ପାହାଚ ମରାମତି ହୋଇଥିଲା । ଏଏସ୍‌ଆଇ ଟିମ୍‌ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛି ।

ଅପରପକ୍ଷରେ ଶ୍ରୀମନ୍ଦିରର ଆଠଟି ଦ୍ବାରକୁ ରୂପାରେ ଛାଉଣୀ କରାଯିବ । ପୂର୍ବରୁ ତିନୋଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ 5ଟି ଦ୍ୱାରକୁ ରୁପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। (ଏଜେନ୍ସି)

Related posts