ଖଣି ମାଫିଆଙ୍କ ଉପରେ ଟାଙ୍ଗୀ ତହସିଲଦାରଙ୍କ ଅତର୍କିତ ଚଢ଼ାଉ : ଜବତ କଲେ ତିନି ଗୋଟି ହାଇୱା ଓ ଦୁଇ ଗୋଟି ଟ୍ରାକ୍ଟର

Published: Oct 27, 2020, 3:25 pm IST

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଯେତେ ଯାହା କଲେ ବି ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ  ଅଂଚଳରେ  ବନ୍ଦ ହେଉନାହିଁ   ଖଣି  ମାଫିଆଙ୍କ  ହରକତ। ତହସିଲ  ପ୍ରଶାସନ ଡାଳେ ଡାଳେ ଯାଇ ବିଭିନ୍ନ ବେଆଇନ ପଥର ଖଣିରେ ଯେତେଥର ରେଡ୍ କଲେ ମଧ୍ୟ ମାଫିଆମାନେ ଯାଉଛନ୍ତି  ପତ୍ରେ ପତ୍ରେ। ଦିନ ବେଳା ପ୍ରଶାସନ ଖଣି ଖାଦାନରେ ରେଡ୍ କରି ଗାଡି ମୋଟର ଜବତ କରୁଥିବା ହେତୁ ମାଫିଆମାନେ ରାତ୍ରୀ ସମୟରେ କରୁଛନ୍ତି ଚୋରା ବାଲି ଓ ପଥର ଚାଲାଣ । ଗତକାଲି ରାତିରେ ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଓ କୁହୁଡି ନିକଟରେ ଚଢାଉ କରି ଦୁଇ ମେଣ୍ଟାଲ  ବୋଝେଇ ସହ ଗୋଟାଏ  ବାଲି ବୋଝେଇ ହାଇୱା  ଜବତ  କରିଛନ୍ତି। ଜବତ ମେଣ୍ଟାଲ ବୋଝେଇ ହାଇୱା  ୨ଟି କୁହୁଡି  ନିକଟ ବ୍ରୁଷବନ୍ଧ ପାହାଡରୁ ମେଣ୍ଟାଲ ନେଇ ଖୋରଧା ଯାଉଥିବା ବେଳେ ବାଲି ବୋଝେଇ ହାଇୱା ଗାଡିଟି କଟକରୁ ଟାଙ୍ଗୀକୁ ଆସୁଥିଲା । ଏହି ଚଢାଉ ଫଳରେ ପଥର ମାଫିଆ ମାନଙ୍କ ମଧ୍ୟ୍ୟରେ ଛନକା ପଶିଯାଇଛି ।

ଗତକାଲିମଧ୍ୟ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଦୁଇ ଟ୍ରାକ୍ଟର ମଧ୍ୟରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଥିବାବେଳେ ଅନଟି ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ରହିଥିଲା । ଆଗାମୀ ଦିନରେ ରାତ୍ରୀକାଳୀନ ଚଢାଉକୁ ଜୋରଦାର କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Related posts