Categories
ଅପରାଧ ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢାଉ, ଜବତ ହେଲା ମାଦକ ଦ୍ରବ୍ୟ, ଟଙ୍କା ସହ ବହୁ ମୂଲ୍ୟବାନ ଜିନିଷ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ଏକ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଚଢ଼ାଉ କାର୍ଯ୍ୟକ୍ରମ ଚାଲୁଛି।

ଜାନୁଆରୀ ମାସ ୧ ତାରିଖଠାରୁ ଫେବୃଆରୀ ମାସ ୨୯ ତାରିଖ ଦୁଇମାସ ମଧ୍ୟରେ ଆୟକର ବିଭାଗ ଦ୍ୱାରା ୩.୬୧ କୋଟି ନଗଦ ଟଙ୍କା ଓ ୭.୮୦ କିଗ୍ରାର ମୂଲ୍ୟବାନ ଧାତୁ ଯଥା-ସୁନା, ରୂପା, ହୀରା ଇତ୍ୟାଦି ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୪.୭୩ କୋଟି ଟଙ୍କା ହେବ ଜବତ କରାଯାଇଛି।

ସେହିପରି ଗତ ଦୁଇମାସ ମଧ୍ୟରେ ପ୍ରବର୍ତ୍ତନ କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୨ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସ୍‌ଏଫ୍‌) ଦ୍ୱାରା ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୮ ଲକ୍ଷ ନଗଦ ଟଙ୍କା, ୨୨୪୩୯୬.୩୦ ଲିଟର ମଦ, ଯାହାର ଆନୁମାନିକ ମୂଲ୍ୟ ୫.୧୮ କୋଟି ଟଙ୍କା, ୨୪୮୨୫ କିଗ୍ରାର ମାଦକ ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୨୫.୧୭ କୋଟି ଟଙ୍କା, ୦.୨୭ କିଗ୍ରାର ମୂଲ୍ୟବାନ ଧାତୁ, ଯାହାର ମୂଲ୍ୟ ୦.୧୯ କୋଟି ଟଙ୍କା ହେବ ଜବତ କରାଯାଇଛି।

ସେହିପରି ରାଜ୍ୟ ଅବକାରୀ ବିଭାଗ ଦ୍ୱାରା ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ୨ ଲକ୍ଷ ଟଙ୍କା, ୪୧୨୪୦୮.୬୬ ଲିଟର ମଦ (ଯାହାର ମୂଲ୍ୟ ୮.୫୪ କୋଟି ଟଙ୍କା), ୩୭୩୩.୫୦ କି.ଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୭.୫୪ କୋଟି ଟଙ୍କା) ଜବତ କରାଯାଇଛି ଓ ରେଳବାଇ ସୁରକ୍ଷା ବଳଙ୍କ ଦ୍ୱାରା ୮୯.୧୫ ଲିଟର ମଦ, ୪୪୬.୫୧ କିଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୦.୪୧ କୋଟି ଟଙ୍କା) ଜବତ କରାଯାଇଛି।

ରାଜ୍ୟ ସି.ଟି. ଓ ଜି.ଏସ୍‌.ଟି ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୬.୦୫ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଜବତ କରାଯାଇଥିବାବେଳେ ଜଙ୍ଗଲ ବିଭାଗ ତରଫରୁ ୩.୮୪ କୋଟି ଟଙ୍କାର ମୂଲ୍ୟବାନ ଆସବାବପତ୍ର ଓ କାଠ ସାମଗ୍ରୀ ଜବତ କରାଯାଇଛି।

ଗତ ଦୁଇମାସ ମଧ୍ୟରେ ଉପରୋକ୍ତ ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ମୋଟରେ ୪.୪୬ କୋଟି ନଗଦ ଟଙ୍କା, ୬୩୬୮୯୪.୧୧ ଲିଟର ମଦ (ଯାହାର ମୂଲ୍ୟ ୧୩.୭୩ କୋଟି ଟଙ୍କା), ୨୯୦୭୮.୨୧ କିଗ୍ରାର ମାଦକ ଦ୍ରବ୍ୟ (ଯାହାର ମୂଲ୍ୟ ୩୩.୪୦ କୋଟି ଟଙ୍କା), ୮.୦୬ କିଗ୍ରାର ମୂଲ୍ୟବାନ ଧାତୁ (ଯାହାର ମୂଲ୍ୟ ୪.୯୨ କୋଟି ଟଙ୍କା) ଓ ୧୯.୮୯ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଇତ୍ୟାଦି ଜବତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Categories
ଆଞ୍ଚଳିକ

ଖବର ପ୍ରସାରଣ ପରେ ବେଆଇନ ଲଜ ଉପରେ ବାଲୁଗାଁ ପୋଲିସର ଚଢ଼ାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ଓ ବଡ଼କୁଳ ପାନ୍ଥ ନିବାସ ରୋଡ଼ରେ ଦିନକୁଦିନ ବେଆଇନ ଭାବେ ଲଜ ମାନ ଗଢ଼ି ଉଠୁଥିବା ବେଳେ ସମ୍ପୃକ୍ତ ଲଜ ମାନଙ୍କରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ହେଇଆସୁଥିଲା। ଯାହାକୁ ନେଇ କିଛି ଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ତେବେ ଆଜି ବାଲୁଗାଁ ପୋଲିସ ଗୁରୁତର ସହ ନେଇ ସମସ୍ତ ଲଜ ଉପରେ ଚଢ଼ାଉ ଜାରି ରଖିଛି। ଅଚାନକ ଚଢ଼ାଉ ଦେଖି ଲଜ ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଥିବା ବେଳେ ଏପରି କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଇଛନ୍ତି।

ବେଆଇନ କାର୍ଯ୍ୟକୁ ରୋକିବା ଆମର କର୍ତ୍ତବ୍ୟ ଏବଂ ପ୍ରତିଟି ମୁହୂର୍ତ୍ତରେ ଏପରି ଚଢ଼ାଉ ଜାରି ରହିବ ବୋଲି ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଥିସହିତ ସରକାରୀ ନିୟମ ଅନୁଯାୟୀ ଲଜ ମାନଙ୍କର ଲାଇସେନ୍ସ ସମେତ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ପାଇଁ ଲଜ ମାଲିକମାନଙ୍କୁ ତାଗିଦ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଚଢାଉ କଲା ବନ ବିଭାଗ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଘର ଭିତରେ ଚଢାଉ ଟାଙ୍ଗୀ ବନ ବିଭାଗ କରିଛି। ଚଡାଉ ବେଳେ ୧୦ କେଜି ବାରହା ମାଂସ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର କୁନା ପାତ୍ରଙ୍କ ଘରେ ମାଂସ କାଟୁଥିବାର କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ତେଣୁ ରେଂଜ୍ ଅଫିସର ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ଫରେଷ୍ଟର ଗୋଲାପ ସେଠୀ ସଦଳ ବଳେ କୁନାଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ତାଙ୍କ ନିକଟରୁ ୧୦ କେଜି ବାରହା ମାଂସ ସହ କେଜି, ପାଲ, ବଟକରା ଓ ଧାରୁଆ ଛୁରୀ ଜବତ କରାଯାଇଥିଲା।

ଜବତ ମାଂସର ନମୁନା ସଂଗ୍ରହ କରାଯାଇ ଟାଙ୍ଗୀ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ଓୟୁଏଟିକୁ ପରିକ୍ଷା ପାଇଁ ପଠାଯାଇଛି। ଏହା ସହ ବଳକା ମାଂସକୁ ଟାଙ୍ଗୀ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି।

ଅଭିଯୁକ୍ତ କୁନା ପାତ୍ରକୁ ଆଜି କୋର୍ଟ ଚାଲାଣ କରାଯିବା ବୋଲି ରେଂଜ୍ ଅଫିସର କହିଛନ୍ତି। ଏହା ସହ ଏଥିରେ ଯେଉଁମାନେ ଜଡିତ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଂଜର ଶ୍ରୀ ପଣ୍ଡା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ: ସାତ ଜୁଆଡ଼ି ଗିରଫ, ହୋଣ୍ଡା ସିଟି କାର ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ମଧ୍ୟରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ। ବିଳମ୍ବ ନକରି ଟିମ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ ଆଇଆଇସି।

ଚଢ଼ାଉ ବେଳେ ପୋଲିସ ୭ ଗୋଟି ମୋବାଇଲ, ୪ ଗୋଟି ବାଇକ, ଗୋଟିଏ ହୁଣ୍ଡା ସିଟି କାର ଏବଂ ନକଦ ୮ ହଜାର ୪ ଶହ ୫୦ ଟଙ୍କା ଜବତ କରିବା ସହ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୪୭୯/୨୧ ରେ ମାମଲା ରୁଜୁ ହେବା ସହ ଆଜି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଅପରେସନ ଜାରି, ଅନେକ ସ୍ଥାନରେ ଏନଆଇଏ ର ଚଢାଉ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦ ଷଡଯନ୍ତ୍ରର ଅନୁସନ୍ଧାନ ଚାଲିଥିବା ବେଳେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ଉପତ୍ୟକାର ବିଭିନ୍ନ ସ୍ଥାନରେ ତଦନ୍ତ ଅଭିଯାନ ଆରମ୍ଭ କରିଛି। ବାସ୍ତବରେ, ଉପତ୍ୟକା ସମେତ ଦେଶର ବିଭିନ୍ନ ସ୍ଥାନରେ ହିଂସା ବିସ୍ତାର କରୁଥିବା ଆତଙ୍କବାଦୀ ସଂଗଠନକୁ ରୋକିବା ଏବଂ ଟାର୍ଗେଟରେ ହତ୍ୟା ଘଟଣାକୁ ରୋକିବା ପାଇଁ ଏଜେନ୍ସି ଅଭିଯାନ କରିଆସୁଛି। ଟାର୍ଗେଟରେ ହତ୍ୟା ପରେ ଉପତ୍ୟକାର ଅନେକ ଜିଲ୍ଲାରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ନିରନ୍ତର ସନ୍ଧାନ କରାଯାଉଛି ଏବଂ ଚଢାଉ ମଧ୍ୟ ଚାଲିଛି।

ଏହାପୂର୍ବରୁ, ଏନ୍ଆଇଏ ଏଠାରେ ଥିବା ୬ ଟି ଜିଲ୍ଲାର ଅନେକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଖୋଜିଥିଲା। ଏହି ସର୍ଚ୍ଚ ସମୟରେ ଆତଙ୍କବାଦୀ ସଂଗଠନର ୯୮ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଏହି ଅପରେସନ୍ ସମୟରେ ଶ୍ରୀନଗର, କୁଲଗାମ, ଶୋପିଆନ୍, ପୁଲୱାମା, ଅନନ୍ତନାଗ ଏବଂ ବାରାମୁଲ୍ଲା ଜିଲ୍ଲାର ପ୍ରାୟ ୧୦ ଟି ସ୍ଥାନରେ ଚଢାଉ କରାଯାଇଥିଲା।

ରାଜ୍ୟ ଅନୁସନ୍ଧାନକାରୀ ସଂସ୍ଥା ଗଠନ:

ଏଥି ସହିତ, ନିକଟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସି ଗଠନ କରାଯାଇଛି। ଯେଉଁଥିରେ ଜାମ୍ମୁ କାଶ୍ମୀର ପୋଲିସର ସେହି ଅଧିକାରୀମାନେ ମଧ୍ୟ କାର୍ଯ୍ୟ କରିବେ, ଜାତୀୟ ଅନୁସନ୍ଧାନ ଏଜେନ୍ସି କିମ୍ବା ଯେଉଁମାନେ ଆତଙ୍କବାଦ ବିରୋଧରେ ଅନୁସନ୍ଧାନରେ ବ୍ୟାପକ ଅଭିଜ୍ଞତା ପାଇଛନ୍ତି। କିନ୍ତୁ ବିଶେଷଜ୍ଞମାନେ ଏହି ନୂତନ ଅନୁସନ୍ଧାନକାରୀ ସଂସ୍ଥା ବିଷୟରେ ଅନେକ ପ୍ରଶ୍ନ ଉଠାଉଛନ୍ତି।

ଜାମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ନିକଟରେ ଗଠିତ ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସିରେ ରାଜ୍ୟ ପୋଲିସ ଅଧିକାରୀଙ୍କ ନିୟୋଜନ ଆରମ୍ଭ ହୋଇଛି। ବର୍ତ୍ତମାନ ଡିଆଇଜି, ଏସଏସପି ଏବଂ ଏସପି ସ୍ତରର ଅନେକ ଅଧିକାରୀ ଏହି ଏଜେନ୍ସିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ଅନୁସନ୍ଧାନକାରୀ ସଂସ୍ଥା ଜମ୍ମୁ କାଶ୍ମୀରରେ ଜାତୀୟ ଅନୁସନ୍ଧାନ ଏଜେନ୍ସିର ଲାଇନରେ କାର୍ଯ୍ୟ କରିବ ଏବଂ ଏହି ନୂତନ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ଅନେକ କ୍ଷମତା ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ସନ ମୁଡ଼ରେ ବାଲୁଗାଁ ଏସଡ଼ିପିଓ: ଛଦ୍ମବେଶରେ ବିଭିନ୍ନ ସ୍ଥାନରେ କଲେ ଚଢ଼ାଉ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ପ୍ରଶାସନର ଅପାରଗତା ଯୋଗୁଁ ମାଙ୍କଡା ପଥର ମାଫିଆ ମାନେ ଟାଙ୍ଗୀ ତହସିଲର ବିଭିନ୍ନ ଅଞ୍ଚଳରେ ଚଲାଇଛନ୍ତି ବେଧଡକ ଚୋରା ପଥର କାରବାର। ମାଫିଆ ମାନେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୁନାଫା। କାଁ ଭାଁ କ୍ୱଚିତ୍ ତହସିଲ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରି ସ୍ୱଳ୍ପ ଜରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦେଉଥିବାରୁ ମାଫିଆ ମାନେ ରହୁଛନ୍ତି ବେଫିକର।

ସୂଚନା ମୁତାବକ ଟାଙ୍ଗୀ ତହସିଲ ଚଣ୍ଡେଶ୍ୱର ନିକଟ କୁହୁଡି ତଳଗଡ ମୌଜାରେ କେତେକ ଖଣି ମାଫିଆ ଗାଁ ର ଗୋଚର ଅନାବାଦି ଜମିକୁ ପଥର ଖଣି ଭାବେ ବ୍ୟବହାର କରି ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ କରିଆସୁଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ୍ ଆଜି ମଧ୍ୟାହ୍ନରେ ଛଦ୍ମ ବେଶରେ ବାଇକ୍ ରେ ଆସି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢାଉ କରି ମାଙ୍କଡା ପଥର ଖଣିରେ ଥିବା ୩ ଟି ବାଇକ୍ ସହ ୨ ଟି କଟର୍ ଜବତ କରିଛନ୍ତି। ଏବଂ ଜଣେ ପଥର କଟାଳିଙ୍କୁ ଅଟକ ରଖିଛନ୍ତି। ତେବେ ଉକ୍ତ ଚୋରା ଖଣି ମାଲିକଙ୍କ ପତା ମିଳିସାରିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ସେହିପରି ଭାବେ ଟାଙ୍ଗୀ ଠିପି ବନ୍ଦ ବିଦେଶୀ ମଦ ଦୋକ‍ାନ ନିକଟରେ ଚାଲିଥିଲା ମଦୁଆଙ୍କ ଉତ୍ପାତ। ମଦୁଆ ମଦ ପିଇ ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ସ୍ଥାନୀୟ ଝିଅ ବୋହୁଙ୍କ ପ୍ରତି ଅଶାଳୀନ ଆଚରଣ କରି ଆସୁଥିଲେ। ଫଳରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇ ପୋଲିସ୍ କୁ କରିଥିଲେ ଅଭିଯୋଗ। ଅଭିଯୋଗ ପାଇବା ପରେ ଆଜି ବାଲୁଗାଁ ଏସଡିପିଓ ଛଦ୍ମ ବେଶରେ ବାଇକ୍ ରେ ଆସି ଟାଙ୍ଗୀ ବିଦେଶୀ ମଦ ଦୋକାନରେ କରିଥିଲେ ଚଢାଉ। ଚଢାଉ ପରେ ସେଠାରୁ ମଦୁଆ ଛତ୍ରଭଙ୍ଗ ଦେଇଥିଲେ। ମଦ ଦୋକାନ ନିକିଟରେ ଚାଖଣା ଦୋକାନ ଖୋଲି ମଦୁଆଙ୍କୁ ଚାଖଣା ପରଷି ଦେଉଥିଵା ୨ ଦୋକାନୀଙ୍କୁ ଅଟକ ରଖି ଘଟଣ‍ାର ଅଧିକ ଛାନବିନ୍ ଜାରି ରଖିଛନ୍ତି ଏସଡିପିଓ ଶ୍ରୀ ବାରିକ। ତେବେ ବାଲୁଗାଁ ଏସଡିପିଓଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଦେଖି ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନେ ଭୟରେ ପ୍ରମାଦ ଗଣୁଥିବାର ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ଜବତ ହେଲା ୧୪୪୦ ଗ୍ରାମର ସୁନା ଅଳଙ୍କାର

ଭୁବନେଶ୍ୱର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଏକକାଳୀନ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ବିଧାୟକ ପ୍ରଦୀପଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ପ୍ରାୟ ୨୩ ଘଣ୍ଟା ଧରି ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା ତେବେ ଏହି ଯାଞ୍ଚ ବେଳେ ବିଧାୟକଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ମଧ୍ୟ ଜବତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କଂଗ୍ରେସ ପାଇଁ କାର୍ଯ୍ୟ କରୁଥିବା ଡିଜିଟାଲ କମ୍ପାନୀ ଉପରେ ଆୟକର ବିଭାଗର ଚଢାଉ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିରୋଧୀ ରାଜନୈତିକ ଦଳ କଂଗ୍ରେସର ନିର୍ବାଚନ ପରିଚାଳନା ଏବଂ ଡିଜିଟାଲ ମାର୍କେଟିଂ କରୁଥିବା କମ୍ପାନୀ ଡିଜାଇନ୍ ବକ୍ସଡ୍ ଉପରେ ଆୟକର ବିଭାଗ ଚଢାଉ କରିଛି। ଆୟକର ଅଧିକାରୀମାନେ ଚଣ୍ଡିଗଡ଼, ମୋହାଲି, ସୁରଟ ଏବଂ ବାଙ୍ଗାଲୋରରେ ଅବସ୍ଥିତ କମ୍ପାନୀର ସାତୋଟି ସ୍ଥାନ ଉପରେ ଚଢାଉ କରିଛନ୍ତି। ଏହା ବ୍ୟତୀତ କମ୍ପାନୀର ଏମଡି ହୋଟେଲ ରୁମରେ ମଧ୍ୟ ଖୋଜାଖୋଜି କରାଯାଇଛି।

ଆୟକର ବିଭାଗ ଦ୍ଵାରା ଜାରି କରାଯାଇଥିବା ଏକ ପ୍ରକାଶନରେ କୁହାଯାଇଛି ଯେ, ଏହି ଚଢାଉ ସମୟରେ ଅନେକ ଅପରାଧୀ ଦଲିଲ ଜବତ କରାଯାଇଛି, ଯେଉଁଥିରେ ବେଆଇନ ଆୟ ଏବଂ ସମ୍ପତ୍ତି ହସ୍ତାନ୍ତର ହେବାର ପ୍ରମାଣ ରହିଛି। ଆୟକର ବିଭାଗର ସୂଚନାନୁସାରେ, କମ୍ପାନୀ ଏକ ଏଣ୍ଟ୍ରି ଅପରେଟର ମାଧ୍ୟମରେ ଅକମେଣ୍ଡେସନ ବ୍ୟବସ୍ଥା କରୁଥିଲା। କମ୍ପାନୀ ହାୱାଲା ମାଧ୍ୟମରେ ବ୍ୟବସାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖଣି ମାଫିଆଙ୍କ ଉପରେ ଟାଙ୍ଗୀ ତହସିଲଦାରଙ୍କ ଅତର୍କିତ ଚଢ଼ାଉ : ଜବତ କଲେ ତିନି ଗୋଟି ହାଇୱା ଓ ଦୁଇ ଗୋଟି ଟ୍ରାକ୍ଟର

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଯେତେ ଯାହା କଲେ ବି ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ  ଅଂଚଳରେ  ବନ୍ଦ ହେଉନାହିଁ   ଖଣି  ମାଫିଆଙ୍କ  ହରକତ। ତହସିଲ  ପ୍ରଶାସନ ଡାଳେ ଡାଳେ ଯାଇ ବିଭିନ୍ନ ବେଆଇନ ପଥର ଖଣିରେ ଯେତେଥର ରେଡ୍ କଲେ ମଧ୍ୟ ମାଫିଆମାନେ ଯାଉଛନ୍ତି  ପତ୍ରେ ପତ୍ରେ। ଦିନ ବେଳା ପ୍ରଶାସନ ଖଣି ଖାଦାନରେ ରେଡ୍ କରି ଗାଡି ମୋଟର ଜବତ କରୁଥିବା ହେତୁ ମାଫିଆମାନେ ରାତ୍ରୀ ସମୟରେ କରୁଛନ୍ତି ଚୋରା ବାଲି ଓ ପଥର ଚାଲାଣ । ଗତକାଲି ରାତିରେ ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଓ କୁହୁଡି ନିକଟରେ ଚଢାଉ କରି ଦୁଇ ମେଣ୍ଟାଲ  ବୋଝେଇ ସହ ଗୋଟାଏ  ବାଲି ବୋଝେଇ ହାଇୱା  ଜବତ  କରିଛନ୍ତି। ଜବତ ମେଣ୍ଟାଲ ବୋଝେଇ ହାଇୱା  ୨ଟି କୁହୁଡି  ନିକଟ ବ୍ରୁଷବନ୍ଧ ପାହାଡରୁ ମେଣ୍ଟାଲ ନେଇ ଖୋରଧା ଯାଉଥିବା ବେଳେ ବାଲି ବୋଝେଇ ହାଇୱା ଗାଡିଟି କଟକରୁ ଟାଙ୍ଗୀକୁ ଆସୁଥିଲା । ଏହି ଚଢାଉ ଫଳରେ ପଥର ମାଫିଆ ମାନଙ୍କ ମଧ୍ୟ୍ୟରେ ଛନକା ପଶିଯାଇଛି ।

ଗତକାଲିମଧ୍ୟ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଦୁଇ ଟ୍ରାକ୍ଟର ମଧ୍ୟରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଥିବାବେଳେ ଅନଟି ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ରହିଥିଲା । ଆଗାମୀ ଦିନରେ ରାତ୍ରୀକାଳୀନ ଚଢାଉକୁ ଜୋରଦାର କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବେଆଇନ ପଥର ଖଣି ଉପରେ ପୁଣି ଟାଙ୍ଗୀ ତହସିଲଦାରଙ୍କ ଚଢ଼ାଉ : ଏକାଧିକ  ଗାଡ଼ି ଏବଂ ଯନ୍ତ୍ରପାତି ଜବତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲରେ ବେଆଇନ ପଥର ମାଫିଆଙ୍କ ଉପରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ସତେ ଯେମିତି ଅଞ୍ଚଳରୁ ଖଣି ଓ ପଥର ମାଫିଆଙ୍କ ଚି଼ହ୍ନବର୍ଣ୍ଣ ଲିଭେଇବାର ଶପଥ ନେଇଛନ୍ତି ତହସିଲଦାର । ଆଜି ପୂର୍ବାହ୍ନରେ ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ ଗଠନ ହୋଇ ଟାଙ୍ଗୀ ତହସିଲ ଅଧିନସ୍ଥ ଛଣଗିରି ଏବଂ ପାତ୍ରପଡ଼ା ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା।

ଏହି ସମୟରେ ଉକ୍ତ ଦୁଇ ଅଞ୍ଚଳରୁ ଗୋଟାଏ ଟ୍ରକ, ଗୋଟାଏ ଜେ.ସି.ବି, ଦୁଇ ଗୋଟି ଟ୍ରାକ୍ଟର ଏବଂ ଚାରି ଗୋଟି ପାୱାର କଟର ମେସିନ ଜବତ କରିଛନ୍ତି ତହସିଲଦାର । ବାରମ୍ବାର ଟାଙ୍ଗୀ ତହସିଲ ଅଞ୍ଚଳରେ ବେଆଇନ ପଥର ଚାଲାଣ ହେଉଥିବାବେଳେ ବାରମ୍ବାର ଦୁର୍ବୃତ୍ତମାନଙ୍କ ଯୋଜନାକୁ ବିଫଳ କରୁଛି ଟାଙ୍ଗୀ ତହସିଲ । ଟାଙ୍ଗୀ ତହସିଲଦାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ଦେଖି ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହେଲେ ଜବତ ଜିନିଷଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ଜଙ୍କିଆ ଥାନା ଆଇ.ଆଇ.ସିଙ୍କୁ ଘଟଣାସ୍ଥଳରେ ଡ଼ାକିଥିବାର  ସୂଚନା ଦେଇଛନ୍ତି ତହସିଲଦାର ।