ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ: ସାତ ଜୁଆଡ଼ି ଗିରଫ, ହୋଣ୍ଡା ସିଟି କାର ଜବତ

Published: Dec 6, 2021, 11:42 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ମଧ୍ୟରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ। ବିଳମ୍ବ ନକରି ଟିମ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ ଆଇଆଇସି।

ଚଢ଼ାଉ ବେଳେ ପୋଲିସ ୭ ଗୋଟି ମୋବାଇଲ, ୪ ଗୋଟି ବାଇକ, ଗୋଟିଏ ହୁଣ୍ଡା ସିଟି କାର ଏବଂ ନକଦ ୮ ହଜାର ୪ ଶହ ୫୦ ଟଙ୍କା ଜବତ କରିବା ସହ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୪୭୯/୨୧ ରେ ମାମଲା ରୁଜୁ ହେବା ସହ ଆଜି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related posts