କରୋନା କଟକଣା ମଧ୍ୟରେ ବିହାରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

Published: Oct 28, 2020, 9:47 am IST

ବିହାର :  କରୋନା କଟକଣା ମଧ୍ୟରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 7ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ମୋଟ 243ଟି ଆସନ ମଧ୍ୟରୁ ଆଜି 16ଟି ଜିଲ୍ଲାର 71ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି ।  71ଟି ଆସନ ମଧ୍ୟରୁ ନୀତିଶ କୁମାରଙ୍କ ଜେଡିୟୁ 35ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଜେପି 29ଟି ଆସନରେ ପ୍ରାର୍ଥୀ ଦେଇଛି । ଆରଜେଡି 42 ଓ କଂଗ୍ରେସ 20ଟି ଆସନରେ ପ୍ରାର୍ଥୀ ଦେଇଛି । ଚିରାଗ ପାଶଓ୍ଵାନଙ୍କ ଏଲଜେପି 45ଟି ଆସନରେ ଲଢୁଛି । ଜେଡିୟୁର 35 ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ଏଲଜେପି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ 114 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ନୀତିଶ ସରକାରରେ ଥିବା 6 ମନ୍ତ୍ରୀଙ୍କର ଆଜି ଭାଗ୍ୟ ପରୀକ୍ଷା । କରୋନା ବ୍ୟାପିବା ପରେ ଏହା ଦେଶର ପ୍ରଥମ ବଡ଼ ନିର୍ବାଚନ । କୋଭିଡ କଟକଣା ମଧ୍ୟରେ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ପ୍ରତି ବୁଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଲବ୍ଧ ରହିଛି । (ଏଜେନ୍ସି)

Related posts