ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୁଖତାର ଆବାସ ନକ୍ଭୀ କହିଛନ୍ତି। ସୋମବାର ଦିନ ନକ୍ଭୀ କହିଛନ୍ତି, ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେଉଥିବା ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଆବଶ୍ୟକ ମାତ୍ର ଦେଶବାସୀଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ। ୬ମାସ ପାଇଁ ଜଣେ ପ୍ରଧାନମନ୍ତ୍ରୀ ରହିବେ ଏବଂ ପୁନର୍ବାର ସେହି ସ୍ଥାନରେ ଆଉଜଣେ କାର୍ଯ୍ୟ କରିବା ଦେଶବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ନରେନ୍ଦ୍ର ମୋଦି ଦେଶ ପାଇଁ ଜଣେ ଅତ୍ୟନ୍ତ ଉତ୍ତମ ପ୍ରଧାନମନ୍ତ୍ରୀ ବୋଲି ସମଗ୍ର ଦେଶ ଜାଣିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏବେ ରାଜନୈତିକ ପିକ୍ନିକ୍ରେ ଅଛନ୍ତି ବୋଲି କହିଛନ୍ତି ନକ୍ଭୀ। ପ୍ରତ୍ୟକ ଦିନ ମୋଦିଙ୍କୁ ସମାଲୋଚନା କରୁଥିବା କଂଗ୍ରେସୀ ନେତାଙ୍କୁ ‘ଗାଳି ଗ୍ୟାଙ୍ଗ’ବେଲି କହିବା ସହ ବିଗତ ୫ ବର୍ଷମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଏମାନେ ହଜମ କରି ପାରୁନାହାନ୍ତି। ଏହା ସହିତ ଆତଙ୍କବାଦ ବିରାେଧୀ କାର୍ଯ୍ୟାନୁଷ୍ଠାନ ଏବଂ ମଧ୍ୟବିତ୍ତ ବର୍ଗର ଅଧିକାର ନିମନ୍ତେ ଲଢାଇକୁ ସହିନପାରି ‘ଗାଳି ଗ୍ୟାଙ୍ଗ’ ମୋଦିଙ୍କୁ ସମାଲୋଚନା କରିବାର ରାସ୍ତା ଆପଣେଇଛି।
ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ : ମୁଖତାର ଆବାସ ନକ୍ଭୀ
Published:
Mar 25, 2019, 3:43 pm IST
Tags: thesamikhhsya