Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଘୋଷଣା, ବ୍ଲଣ୍ଡେଲ ନୂଆ ମୁହଁ

ଆସନ୍ତା ୨୦୧୯ କ୍ରିକେଟ ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ  ୧୫ଜଣିଆ ଦଳ ଘୋଷଣା କରିଛି । କେନ୍‌ ଓ୍ବିଲିୟମ୍‌ସନ୍‌ ଦଳର ଅଧିନାୟକ ରହିଥିବା ବେଳେ ୨୮ବର୍ଷୀୟ ଓ୍ବିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଟମ୍‌ ବ୍ଲଣ୍ଡେଲ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟିମ୍‌ରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ କୋଚ୍‌ ଗ୍ୟାରୀ ଷ୍ଟିଡ୍‌ ଏବଂ ଚୟନକର୍ତ୍ତା ଗେଭିନ୍‌ ଲାର୍ସେନ୍‌ ଏହି ଟିମ୍‌ ଚୟନ କରିଛନ୍ତି । ନିୟମିତ ଓ୍ବିକେଟ ରକ୍ଷକ ଟିମ୍‌ ସେଫର୍ଟଙ୍କ ଆଙ୍ଗୁଠି ଭାଙ୍ଗିଯିବାରୁ ବ୍ଲଣ୍ଡେଲ୍‌ ସ୍ଥାନ ପାଇଛନ୍ତି । ସେହିପରି ଟଡ୍‌ ଆସଲେଙ୍କୁ ଦଳ ଲେଗ୍‌ସ୍ପିନର ଭାବରେ ଚୟନ କରିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅନୁଭବ ଦୃଷ୍ଟିରୁ ଇସ୍‌ ସୋଧୀଙ୍କୁ ଦଳ ସାମିଲ୍‌ କରିଛି ।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ଓ୍ବିଲିୟମ୍‌ସନ୍ (ଅଧିନାୟକ), ମାର୍ଟିନ୍‌ ଗୁପ୍ତିଲ୍‌, ହେନ୍‌ରୀ ନିକୋଲ୍‌ସ, ରସ୍‌ ଟେଲର, ଟମ୍‌ ଲାଥାମ, କଲିନ୍‌ ମୁନ୍‌ରୋ, ଟମ୍‌ ବ୍ଲଣ୍ଡେଲ୍‌, କଲିନ୍‌ ଡି ଗ୍ରାଣ୍ଡହୋମ୍‌, ମିଚେଲ ସାଣ୍ଟନର, ଜିମି ନିଶାମ୍‌, ଇଶ୍‌ ସୋଧୀ, ମ୍ୟାଟ୍‌ ହେନ୍‌ରାୀ, ଲୋକି ଫର୍ଗୁସନ୍‌,  ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ।

Categories
ଆଜିର ଖବର

ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ : ମୁଖତାର ଆବାସ ନକ୍‌ଭୀ

ଦେଶକୁ ଚୁକ୍ତିଭିତ୍ତିକ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଜଣେ  ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ମୁଖତାର ଆବାସ ନକ୍‌ଭୀ କହିଛନ୍ତି। ସୋମବାର ଦିନ ନକ୍‌ଭୀ କହିଛନ୍ତି, ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେଉଥିବା ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଆବଶ୍ୟକ ମାତ୍ର ଦେଶବାସୀଙ୍କୁ ଜଣେ ଉତ୍ତମ ପ୍ରଧାନମନ୍ତ୍ରୀ ଆବଶ୍ୟକ। ୬ମାସ ପାଇଁ ଜଣେ ପ୍ରଧାନମନ୍ତ୍ରୀ ରହିବେ ଏବଂ ପୁନର୍ବାର ସେହି ସ୍ଥାନରେ ଆଉଜଣେ କାର୍ଯ୍ୟ କରିବା ଦେଶବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ନରେନ୍ଦ୍ର ମୋଦି ଦେଶ ପାଇଁ ଜଣେ ଅତ୍ୟନ୍ତ ଉତ୍ତମ ପ୍ରଧାନମନ୍ତ୍ରୀ ବୋଲି ସମଗ୍ର ଦେଶ ଜାଣିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏବେ ରାଜନୈତିକ ପିକ୍‌ନିକ୍‌ରେ ଅଛନ୍ତି ବୋଲି କହିଛନ୍ତି ନକ୍‌ଭୀ। ପ୍ରତ୍ୟକ ଦିନ ମୋଦିଙ୍କୁ ସମାଲୋଚନା କରୁଥିବା କଂଗ୍ରେସୀ ନେତାଙ୍କୁ ‘ଗାଳି ଗ୍ୟାଙ୍ଗ’ବେଲି କହିବା ସହ ବିଗତ ୫ ବର୍ଷମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଏମାନେ ହଜମ କରି ପାରୁନାହାନ୍ତି। ଏହା ସହିତ ଆତଙ୍କବାଦ ବିରାେଧୀ କାର୍ଯ୍ୟାନୁଷ୍ଠାନ ଏବଂ ମଧ୍ୟବିତ୍ତ  ବର୍ଗର ଅଧିକାର ନିମନ୍ତେ ଲଢାଇକୁ ସହିନପାରି ‘ଗାଳି ଗ୍ୟାଙ୍ଗ’ ମୋଦିଙ୍କୁ ସମାଲୋଚନା କରିବାର ରାସ୍ତା ଆପଣେଇଛି।

Categories
ଆଜିର ଖବର

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ମାର୍ଚ୍ଚ ୫କୁ ଘୁଞ୍ଚିଲା ଶୁଣାଣି ତାରିଖ

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍‌କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶକ୍ରମେ ଫେବୃଆରି ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।