ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ମାର୍ଚ୍ଚ ୫କୁ ଘୁଞ୍ଚିଲା ଶୁଣାଣି ତାରିଖ

Published: Feb 27, 2019, 2:47 pm IST
Hearing of Srimandir postponed till 5th March

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍‌କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶକ୍ରମେ ଫେବୃଆରି ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।

Related posts