
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ୨୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ୩୬୫୩ ଟି ସ୍ୱାବ୍ ପରୀକ୍ଷା ହୋଇଥିବାବେଳେ ସମୁଦାୟ ସ୍ୱାବ୍ ପରୀକ୍ଷା ସଂଖ୍ୟା ୫୩୬୧୧୪ରେ ପହଞ୍ଚିଛି। ସୁସ୍ଥ ହାର ୯୮.୧ ପ୍ରତିଶତ ରହିଛି। ୧୭ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଆଜି ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ସର୍ବାଧିକ ୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ବେଗୁନିଆପଡ଼ା ବ୍ଲକ୍ରେ ୨, ଭଂଜନଗର, ଗଂଜାମ, ହିଂଜିଳିକାଟୁ, ପୋଲସରା ବ୍ଲକ୍ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନର ୨ ଜଣ ଚିହ୍ନଟ ହୋଇଛନ୍ତି।