Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ୫୦ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୪ ହଜାରରୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତକାଲି ୪ ହଜାର ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩ ହଜାର ୯୯୩ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୦୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୭୧ ହଜାର ୨୯୮ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୫ ହଜାର ୨୧୦ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୯ ହଜାର ୬୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୬ ହଜାର ୧୫୦ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୯ ହଜାରକୁ ୯୪୮ ବୃଦ୍ଧି ପାଇଛି।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମରେ ଆଜି ୨୬ ନୂତନ ସଂକ୍ରମିତ ଚିହ୍ନଟ: ଚାଲିଛି ହେଲ୍‌ଥ ସ୍କ୍ରିନିଂ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସରକାରଙ୍କ ତଥ୍ୟ ଅନୁସାରେ ଶୀତଦିନେ କରୋନାର ଦ୍ୱିତୀୟ ୱେଭ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଏହି ଦ୍ୱିତୀୟ ୱେଭ୍ ସଂକ୍ରମଣ ହେଲେ ଗଂଜାମ ଜିଲ୍ଲାରେ କରୋନା ଅଧିକ କରାଳ ରୂପ ଦେଖାଇବ। ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ବ୍ରହ୍ମପୁର ମହାନଗର ନିଗମରେ ହେଲ୍‌ଥ ସ୍କ୍ରିନିଂ ଚାଲୁରହିଛି। ଏଥିନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଅଂଚଳକୁ ପଠାଯାଉଛି। ଏମାନେ ସାହି ସାହି ବୁଲି ତଥା ଦ୍ୱାର ଦ୍ୱାର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତାପମାତ୍ରା, ଅକ୍ସିଜେନ୍ ଲେବେଲ୍ ମାପ କରୁଛନ୍ତି। ଯେଉଁମାନଙ୍କ ଅସୁବିଧା ଥିବ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରରେ “ଜିରୋ ଆକ୍ଟିଭ୍ କେସ” ପାଇଁ କମିଶନର ଅଣ୍ଟା ଭିଡ଼ିଛନ୍ତି। ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ।

ଗତକାଲି ଗଂଜାମ ଜିଲ୍ଲାରେ ୩୯୮୦ ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ନୂତନ ଭାବେ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୩ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମରେ ସର୍ବାଧିକ ୭ ଜଣ ସ୍ଥାନୀୟ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ସେହିପରି ଭଂଜନଗର, ଛତ୍ରପୁର, ଗଂଜାମରେ ୪ ଲେଖାଏଁ, ଜଗନ୍ନାଥପ୍ରସାଦରେ ୩, କୁକୁଡ଼ାଖଣ୍ଡିରେ ୧ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ବର୍ତ୍ତମାନ ଗଂଜାମ ଜିଲ୍ଲାରେ ୨୧୩୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୩୨ ସୁସ୍ଥକୁ ମିଶାଇ ସମୁଦାୟ ୨୦୯୭୩ ଜଣ ସୁସ୍ଥ ହେଲେଣି। ୧୩୦ ଜଣ ଚିକିତ୍ସିତ ହେଉଥିବାବେଳେ ୨୩୧ଟି ମୁଣ୍ଡ ନେଇଛି କରୋନା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ କରୋନା ଅପଡେଟ: ୨୦ ଆକ୍ରାନ୍ତ, ୨୦ ସୁସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ୨୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ୩୬୫୩ ଟି ସ୍ୱାବ୍ ପରୀକ୍ଷା ହୋଇଥିବାବେଳେ ସମୁଦାୟ ସ୍ୱାବ୍ ପରୀକ୍ଷା ସଂଖ୍ୟା ୫୩୬୧୧୪ରେ ପହଞ୍ଚିଛି। ସୁସ୍ଥ ହାର ୯୮.୧ ପ୍ରତିଶତ ରହିଛି। ୧୭ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଆଜି ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ସର୍ବାଧିକ ୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ବେଗୁନିଆପଡ଼ା ବ୍ଲକ୍‌ରେ ୨, ଭଂଜନଗର, ଗଂଜାମ, ହିଂଜିଳିକାଟୁ, ପୋଲସରା ବ୍ଲକ୍‌ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନର ୨ ଜଣ ଚିହ୍ନଟ ହୋଇଛନ୍ତି।