Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି : ସମୀର ଦାସ
ଆଜିର ଖବର

ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି : ସମୀର ଦାସ

October 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଦିଷ୍ଟଭାବେ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି । ତେବେ ଚଳିତମାସ କୋଭିଡ୍‌ ଗାଇଡଲାଇନ୍‌ ଆସିଲେ ଏନେଇ କିଛି ସ୍ପଷ୍ଟ ହେବ । ସ୍କୁଲ ଖୋଲିବା ନେଇ ସିଏମ୍‌ଓ ଠିକ୍‌ ସମୟରେ ସୂଚନା ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।  ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି  ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସ୍କୁଲ ଖୋଲିବା ନେଇ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା କରାଯାଇଛି ।  ପ୍ରଥମେ 9ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ ।

ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026
Latest News

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026

ଜିମ୍ବାୱେ ବିପକ୍ଷରେ କେହଳିବେ ନାହିଁ ରିଙ୍କୁ ସିଂହ!: ଜାଣନ୍ତୁ କାହାକୁ ମିଳିବ ସୁଯୋଗ?

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.