ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି : ସମୀର ଦାସ

Published: Oct 30, 2020, 1:14 pm IST

ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଦିଷ୍ଟଭାବେ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି । ତେବେ ଚଳିତମାସ କୋଭିଡ୍‌ ଗାଇଡଲାଇନ୍‌ ଆସିଲେ ଏନେଇ କିଛି ସ୍ପଷ୍ଟ ହେବ । ସ୍କୁଲ ଖୋଲିବା ନେଇ ସିଏମ୍‌ଓ ଠିକ୍‌ ସମୟରେ ସୂଚନା ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।  ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି  ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସ୍କୁଲ ଖୋଲିବା ନେଇ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା କରାଯାଇଛି ।  ପ୍ରଥମେ 9ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ ।

Related posts