Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
ଆଜିର ଖବର

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

October 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ
ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଅଛି। ଚଳିତ ବର୍ଷ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ନିରାଡମ୍ବର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପାଳନ ହେବା ସହିତ “ମିତବ୍ୟୟୀ ହୋଇ ସଂଚୟ କୁରନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ” ଏକ ବାର୍ତା ସମ୍ପର୍କରେ ଜନସାଧାରଣମାନଙ୍କୁ ସଚେତନତା କରାଯାଇଥିଲା।

ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନ ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଂଚୟ ମନବଳ ଜାଗ୍ରତ କରିବା। ପ୍ରଥମେ ସଂଚୟ କରିବା ଓ ପରେ ବ୍ୟୟ କରିବା। ଜଳ ବିନ୍ଦୁଟିଏ ପରି ଯଦି ସଂଚୟ କରିବା, ସାଗର ପରି ଧନ ପାଇପାରିବା। ଋଣ ଠାରୁ ଭଲ ସଂଚୟ ଅଭ୍ୟାସ, ସୁଧ ନିଏ ନାହିଁ ସୁଧ ଦେଇଥାଏ। ବିପଦରେ ବନ୍ଧୁ ହୋଇଥାଏ। ତେଣୁ ଅପବ୍ୟୟ ରୋକି ମିତବ୍ୟୟି ହୋଇ ନିଜର ଭବିଷ୍ୟତ ଓ ଦେଶ ଗଢ଼ିବାର ଆହ୍ୱାନ। ବିଶେଷଭାବରେ ନିଜର ଅର୍ଥକୁ ସୁରକ୍ଷିତ ରଖିବା ପାଇଁ କେବଳ ସ୍ୱୀକୃତିପ୍ରାପ୍ତ, ଅଧିକୃତ ଓ ପଂଞ୍ଜିକୃତ ସଂସ୍ଥା, ବ୍ୟାଙ୍କ୍‌, ପୋଷ୍ଟ ଅଫିସ୍‌ରେ ଅର୍ଥ ଜମା ରଖିବାକୁ ଆହ୍ୱାନ କରାଯାଉଛି। ସ୍ୱଳ୍ପ ସଂଚୟ ଯୋଜନାରେ ଯେକୌଣସି ଡାକଘରେ କିମ୍ବା ବ୍ୟାଙ୍କ୍‌ରେ ସଂଚୟ କରି ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଉଠାଣରେ ଅଂଶ ଗ୍ରହଣ କରି ଭାଗ୍ୟଶାଳୀ ବିଜେତା ହୋଇପାରିବା।

ଏହି ଜଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ବାଲିକୁଦା ତହସିଲଦାର ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଶ୍ରୀ ଅଜୟ କୁମାର ମହାନ୍ତି ଓ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱଳ୍ପ ସଂଚୟ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଶାରଦା ପ୍ରସନ୍ନ ସାହୁ, ଦିଲ୍ଲୀପ କୁମାର ପରିଡ଼ା ଓ ରାଧାମୋହନ ଜେନା ପରିଚାଳନା କରିଥିଲେ।

ଜଗତସିଂହପୁର ଜିଲ୍ଲାସ୍ତରୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.