ଗଂଜାମ ଜିଲ୍ଲାରେ ୨୪ ନୂତନ ସଂକ୍ରମିତ ଚିହ୍ନଟ, ୧ ମୃତ: ସୁସ୍ଥ ହେଲେ ୨୯

Published: Oct 30, 2020, 9:21 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ନୂତନ ଭାବେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଯେକି ଉଚ୍ଚରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତେବେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ଏବଂ ପାଖ ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଯାହାକି ଏକ ଚିନ୍ତାଜନକ ବିଷୟ। କରୋନା ସଂକ୍ରମଣର ଯଦି ଦ୍ୱିତୀୟ ୱେଭ୍ ଆରମ୍ଭ ହୋଇଯିବ ତେବେ ଏହା ଅତି ଭୟଙ୍କର ହେବ। ବର୍ତ୍ତମାନ ବହୁ ବ୍ୟକ୍ତି ଆଉ ଆଗଭଳି କରୋନା ନିୟମକୁ ପାଳନ କରୁଥିବା ଦେଖାଯାଉନି। ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଏବଂ ଆଖପାଖ ସହରାଞ୍ଚଳରେ ଲୋକେ ବେଖାତିର ହୋଇଗଲେଣି।

ଗତକାଲି ପରୀକ୍ଷା ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୩୮୮୫ଟି ସ୍ୱାବ୍ ପରୀକ୍ଷା କରାଯାଇଛି। ୨୪ ସଂକ୍ରମିତ ମଧ୍ୟରେ ୨୨ ଜଣ ସ୍ଥାନୀୟ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ୮ ଜଣ ଏବଂ ଆଖପାଖ ସାନଖେମୁଣ୍ଡି ବ୍ଲକ୍‌ରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହପରି ଭଂଜନଗରରେ ୨, ଗଂଜାମରେ ୫, ହିଂଜିଳିକାଟୁରେ ୨, କୁକୁଡ଼ାଖଣ୍ଡିରେ ୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧୧୪୭ ସଂକ୍ରମିତ ଚିହ୍ନଟ ହେବା ପରେ ଆଜିର ୨୯ ସୁସ୍ଥକୁ ମିଶାଇ ୨୦୭୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ମାତ୍ର ୧୩୯ ଟି ଆକ୍ଟିଭ୍ ମାମଲାରେ ଥିବାବେଳେ ୨୨୯ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Related posts