ଅବକାରୀ ଚଢ଼ାଉ: ବିପୁଳ ମଦ ଜବତ ସହ ୧୪ ଗିରଫ

Published: Oct 31, 2020, 10:10 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜୁଆଆଡ୍ଡା ଚଢ଼ାଉ ପରି ଅବକାରୀ ଚଢ଼ାଉ ମଧ୍ୟ ଗଂଜାମ ଜିଲ୍ଲାରେ ଜୋର୍‌ଦାର ହୋଇଥିବା ଦେଖିବାକୁ ମିଳିଛି। ଆଜି ବିଭିନ୍ନ ଅବକାରୀ ଅଂଚଳରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢ଼ାଉ ହୋଇଥିଲା। ଅବକାରୀ ବିଭାଗ ଏବଂ ଧରାକୋଟ ପୋଲିସ୍ ସୋରଡ଼ା ଅବକାରୀ ଅଂଚଳର ଚମ୍ପାପଲ୍ଲି ଏବଂ ଭଣ୍ଡାରୀବସା, ଖଲିକୋଟ ଅବକାରୀ ଏରିଆର ଅନ୍ତର୍ଗତ ଫାସୁଳା, ଭଂଜନଗର ଅବକାରୀ ଅଂଚଳ ଅନ୍ତର୍ଗତ ନାହାତୋଟାସାହି, ଜି. ରମ୍ଭା, ପୁରୁଷୋତ୍ତମପୁର ଅବକାରୀ ଅଂଚଳର ରାୟପୁର ଏବଂ ପ୍ରତାପୁର ଅଂଚଳରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬୭୭ ଲିଟର ଦେଶୀ ବେଆଇନ ମଦ, ୧୧୨୩୦ ଲିଟର ପୋଚ, ୧୭.୫ ଲିଟର ବିଦେଶୀ ମଦ ଏବଂ ମୋଟର ସାଇକେଲ୍ ଜବତ ହୋଇଛି। ଏଗୁଡ଼ିକ କାରବାର ଅଭିଯୋଗରେ ୧୪ ଜଣକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଏହି ଚଢ଼ାଉରେ ସୋରଡ଼ା ଓଆଇସି, ଖଲିକୋଟ, ପୁରୁଷୋତ୍ତମପୁର, ଭଂଜନଗର ଅବକାରୀ ଏବଂ ଆଇଆଇସି, ଧରାକୋଟ ପୋଲିସ୍ ଭାଗ ନେଇଥିଲେ।

Related posts