Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ: ମଦ ଜବତ, ଦୁଇ ଗିରଫ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ନାଚୁଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ବଜାରରେ ଚଢ଼ାଉ କରାଯାଇ ଅଭିଯୁକ୍ତ ଗୋବିନ୍ଦ ପଲେଇଙ୍କୁ ୯ ଲିଟର ଆସ୍କା-୪୦ ଏବଂ ବାଣପୁର ଥାନା ରାଣୀପଡ଼ା ଗ୍ରାମରେ ଚଢ଼ାଉ କରାଯାଇ ଅଭିଯୁକ୍ତ କାର୍ତ୍ତିକ ଦାସଙ୍କୁ ୯୦ ଲିଟର ଦେଶୀ ମଦ ଓ ବାଇକ ସହ ଗିରଫ କରାଯାଇଛି।

ଉଭୟଙ୍କ ବିରୁଦ୍ଧରେ ଦୁଇ ଗୋଟି ଅବକାରୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ମଦ ଜବତ, ୨ ଗିରଫ

କୁଜଙ୍ଗ; କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଗତକାଲି ଅନୋଳୀପାଟଣା ଗ୍ରାମରୁ ୮ ଲିଟର ବିଦଶୀ ମଦ ଓ ବାଣେସରା ଗ୍ରାମରୁ ୧୦ ଲିଟର ମଦ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାଲିକଣୀ ପଂଚାୟତ ଅନୋଳୀପାଟଣା ଗ୍ରାମର ସମ୍ପଦ ଦାସ ଓ ଅନ୍ୟ ଜଣେ କାଠକୋଟ ପଂଚାୟତ ବାଣେସରା ଗ୍ରାମର ସୁଧାଂଶୁ ଶେଖର ନାୟକ। ଏମାନଙ୍କ ନାମରେ ପୂର୍ବରୁ କୁଜଙ୍ଗ ଥାନାରେ ଏକାଧିକ ମାମଲା ରହିଥିବା ଥାନା ଅଧିକାରୀ ଶ୍ରଯୁକ୍ତ ଦାଶ ପ୍ରକାଶ କରିଛନ୍ତି।

ଦୁଇ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ସେମାନଙ୍କୁ ଆଜି ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତକୁ ପଠାି ଦିଆଯାଇଛି। ସେଠାରେ ସେମାନଙ୍କର ଜାମିନୀ ଖାରଜ ହୋଇ ଯିବାରୁ ଉଭୟଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗର ଚଢାଉ: ୨ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ମଦ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବରପଦା ଗ୍ରାମର ବିଭିନ୍ନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୪ ହଜାର ୨ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୪୫ ଲିଟର ଦେଶୀ ମଦ ଉକ୍ତ ସ୍ଥାନରୁ ଜବତ କରି ନଷ୍ଟ କରିଦେଇଛି।

ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୪ ହଜାର ୫୦୦ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସୋରଣର ଏକ ପାନ ଦୋକାନରୁ ବିପୁଳ ପରିମାଣର ମଦ ଜବତ, ଦୋକାନୀ ଗିରଫ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ମଝିସାହିର ଏକ ପାନ ଦୋକାନୀ ବେଆଇନ ମଦ ବିକ୍ରି କରୁଥିବାର ସୂଚନା ପାଇଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ଏହି ପରିପ୍ରେକ୍ଷୀରେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ପାନ ଦୋକାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ଉକ୍ତ ଦୋକାନୀରୁ ୮ କାଟୁନ ଆସ୍କା-ଫର୍ଟି, ୮ ଗୋଟି କିଙ୍ଗଫିସର ବୋତଲ, ୭ ଗୋଟି ମ୍ୟାକଡଲ ବଟଲକୁ ମିଶାଇ ୪୭ ଲିଟର ମଦ ଜବତ କରିଛି ପୋଲିସ।  ଏହି ପରିପ୍ରେକ୍ଷୀରେ ପୋଲିସ ପାନ ଦୋକାନୀ ନାରାୟଣ ଚମ୍ପତିଙ୍କ ବିରୋଧରେ କେଶ ନମ୍ବର ୩୦୭/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାଞ୍ଚଟି ନିର୍ବାଚନ ରାଜ୍ୟରୁ 85 ଲକ୍ଷ ଲିଟରରୁ ଅଧିକ ମଦ ଜବତ: ପଞ୍ଜାବରେ ସର୍ବାଧିକ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କଡା ପ୍ରତିବନ୍ଧକ ହେତୁ ନିକଟରେ ନିର୍ବାଚନର ସମ୍ମୁଖୀନ ହୋଇଥିବା ପାଞ୍ଚଟି ରାଜ୍ୟରେ 85 ଲକ୍ଷ ଲିଟର ମଦ ଜବତ କରାଯାଇଛି। ଏହି ରାଜ୍ୟଗୁଡିକ ମଧ୍ୟରୁ ପଞ୍ଜାବରୁ ସର୍ବାଧିକ ମଦ ଜବତ କରାଯାଇଛି, ଯାହା ସମୁଦାୟ ଉଦ୍ଧାର ହୋଇଥିବା ମଦର 70 ପ୍ରତିଶତ ଅଟେ। ନିର୍ବାଚନ ଆୟୋଗ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ 575.39 କୋଟି ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଛି। ନିର୍ବାଚନ ସମୟରେ ନଗଦ, ମଦ, ନିଶା ଦ୍ରବ୍ୟ, ମାଗଣା ଉପହାର ଏବଂ ମୂଲ୍ୟବାନ ଧାତୁର ଗତିବିଧି ଯାଞ୍ଚ କରିବା ପାଇଁ ନିର୍ବାଚନ ଆୟୋଗ ସ୍ଵତନ୍ତ୍ର ଟିମ ନିୟୋଜିତ କରିଥିଲେ।

ପାଞ୍ଚଟି ରାଜ୍ୟରେ ନିର୍ବାଚନ ସମୟରେ ଜବତ ହୋଇଥିବା ସାମଗ୍ରୀର ମୋଟ ମୂଲ୍ୟ ହେଉଛି 1,061.87 କୋଟି, ଯାହାକି 2017 ମସିହାରେ ପାଞ୍ଚଟି ରାଜ୍ୟରେ ହୋଇଥିବା ନିର୍ବାଚନ ସମୟରେ 299.84 କୋଟି ଟଙ୍କା ଜବତ ହୋଇଥିବା ସମସ୍ତ ସାମଗ୍ରୀର ଦେଢ ଗୁଣରୁ ଅଧିକ ଅଟେ। ପଞ୍ଜାବ, ଉତ୍ତରପ୍ରଦେଶ, ଗୋଆ, ଉତ୍ତରପ୍ରଦେଶ ଏବଂ ମଣିପୁରରୁ ଜାନୁଆରୀ 85 ରେ ନିର୍ବାଚନ ଘୋଷଣା ହେବା ପରଠାରୁ ମୋଟ 85,27,227 ଲିଟର ମଦ ଜବତ କରାଯାଇଛି।

ପଞ୍ଜାବରେ ସର୍ବାଧିକ 36.79 କୋଟି ଟଙ୍କା ମୂଲ୍ୟର 59,65,496 ଲିଟର ମଦ ଜବତ କରାଯାଇଛି। ଏହା ପରେ ଉତ୍ତରପ୍ରଦେଶରେ 22,94,614 ଲିଟର ମଦ ଜବତ କରାଯାଇଛି ଯାହାର ମୂଲ୍ୟ 62.13 କୋଟି ଟଙ୍କା। ଉତ୍ତରପ୍ରଦେଶରେ 97,176 ଲିଟର ମଦ 4.79 କୋଟି ଟଙ୍କା, ଗୋଆରେ 95,446 ଲିଟର ମଦ ଏବଂ ମଣିପୁରରେ 73 ଲକ୍ଷ ଟଙ୍କା ମୂଲ୍ୟର 74,495 ଲିଟର ମଦ ଜବତ କରାଯାଇଛି।

ପାଞ୍ଚଟି ରାଜ୍ୟରୁ 575.39 କୋଟି ଟଙ୍କା ମୂଲ୍ୟର ନିଶା କାରବାରରେ ପଞ୍ଜାବ ମଧ୍ୟ ଆଗୁଆ ରହିଛି। ପଞ୍ଜାବରେ 376.19 କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି। ନିର୍ବାଚନ ଆୟୋଗ ମଧ୍ୟ 154.52 କୋଟି ଟଙ୍କା, 117.44 କୋଟି ଟଙ୍କା ମୂଲ୍ୟବାନ ଧାତୁ ଏବଂ ପାଞ୍ଚଟି ରାଜ୍ୟରୁ 106.52 କୋଟି ଟଙ୍କା ମାଗଣା ଉପହାର ଜବତ କରିଛି।

Categories
ଆଜିର ଖବର ଆଞ୍ଚଳିକ

ମାଛଗାଁ ବଜାରରେ ଅବକାରୀ ବିଭାଗର ଚଢାଉ: ମଦ ଜବତ, ଜଣେ ଗିରଫ

ରମେଶ ମହାନ୍ତି
ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ଲକଡାଉନକୁ ବେଖାତିର କରି ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ବଜାରରେ ଚାଲୁଥିବା ଚୋରା ମଦବେପାର।

ଖବର ପାଇ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଆଜି ଦିନ ୧୧ଟା ବେଳେ ମାଛଗାଁ ବଜାରରେ ଅଚାନକ ଚଢାଉ କରାଯାଇ ଶ୍ରୀକୃଷ୍ଣ ହୋଟେଲ ପଛପଟୁ ୨୫ ଲିଟରରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବତ କରାଯିବା ସହିତ ଜଣେ ଚୋରା ମଦ ବେପାରୀକୁ ଗିରଫ କରାଯାଇଛି। ଗିରଫ୍ ହୋଇଥିବା ଅଭିଯୁକ୍ତର ନାମ ରମେଶ ସ୍ୱାଇଁ ଓ ତାଙ୍କ ଘର ମାଛଗାଁ ସୁକିଦା ଗ୍ରାମରେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅବକାରୀ ବିଭାଗ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢାଉରେ ବାଲିକୁଦା ଅବକାରୀ ଅଫିସ୍ ଇନଚାର୍ଜ ସସ୍ମିତା ହୋତାଙ୍କ ସହିତ ଚିତ୍ତ ରଞ୍ଜନ ଦାସ, ପ୍ରକାଶ ରାଉତ, ହିମାଂଶୁ ମାରାଣ୍ଡି, ବିଶ୍ୱନାଥ ମୁଣ୍ଡା, ସବିତା ନାୟକ, କଲ୍ୟାଣୀ ସେଠୀ, ବର୍ଷାରାଣୀ ଖୁଣ୍ଟିଆ, ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ୍ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ବିପୁଳ ମଦ ଜବତ: ୫ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତଥା ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ଆଜି ସୋରଳ, ଧାନଗଡ଼ ଓ ମାଳକୁଟ ଅଂଚଳରେ ଅବକାରୀ ଚଢ଼ାଉ ହୋଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ହରପ୍ରସାଦ ଭୋଇ ସାମିଲ ଥିଲେ। ଦୁଇ ପ୍ଲୁଟନ ଏପିଆର୍ ଫୋର୍ସ ସହାୟତାରେ ଏହି ଅଂଚଳରେ ଚଢ଼ାଉ ହୋଇ ୮୦ ଲିଟର ବେଆଇନ ମଦ, ୨୧.୬୦୦ ଲିଟର ନକଲି ବ୍ରାଣ୍ଡ ବିଦେଶୀ ମଦ, ୨୨.୦୫୦ ବିଅର ଓ ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି।

ବେଆଇନ ମଦ ବିକ୍ରି ଅଭିଯୋଗରେ ସୋରଳ ଗ୍ରାମର ଦେବେନ୍ଦ୍ର ବେହେରା ଓ ଡ଼ମ୍ବୁରୁ ବେହେରା, ଧାନଗଡ଼ ଗ୍ରାମର ସୁଶାନ୍ତ କୁମାର ସାହୁ ଏବଂ ମାଳକୁଟ ଗ୍ରାମର ରାମଚନ୍ଦ୍ର ମଲିକ ଓ ଅରକ୍ଷିତ ମଲିକକୁ ଗିରଫ କରାଯାଇଛି।

ଚଢ଼ାଉରେ ଚିକିଟି ଅବକାରୀ ଥାନା ନିରୀକ୍ଷକ ବାଳକୃଷ୍ଣ ପରିଡ଼ା, ବ୍ରହ୍ମପୁର ସଦର ଅବକାରୀ ନିରୀକ୍ଷକ ଆର୍‌ଆଇ ହାଁସଦ, ଚିକିଟି ଅବକାରୀ ଓଆଇସି ତପସ୍ମିନୀ ବରାଳ, ଅବକାରୀ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି, ଦକ୍ଷିଣାଞ୍ଚଳ ଡ଼ିଭିଜନ ଅଫିସ ଉପ ନିରୀକ୍ଷକ ସଂଜୟ କାଣ୍ଡି, ଗୋଳନ୍ଥରା ଓଆଇସି ସୁବାସ ମହାଙ୍କୁଡ଼, ଉପ ଅବକାରୀ ଅଧିକ୍ଷକ ଅଫିସ୍ ସହକାରୀ ଉପ ନିରୀକ୍ଷକ ସୁଦର୍ଶନ ବିଷୋୟୀ ଓ ଦଣ୍ଡ ଶବର ଏବଂ ବ୍ରହ୍ମପୁର ସଦର ଦ୍ୱିତୀୟ ଅବକାରୀ ଥାନା ସହକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜରଡ଼ ପୋଲିସ୍ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ: ବିପୁଳ ମଦ ଜବତ

ହେମାଙ୍ଗ ରସାଦ ରାଉଳ

ବ୍ରହ୍ମପୁର: ଜରଡ଼ ପୋଲିସ୍ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉରେ ବିପୁଳ ପରିମାଣରେ ମଦ ଜବତ ସହ ପୋଚକୁ ନଷ୍ଟ କରାଯାଇଛି। ଆଜି ଜରଡ଼ ପୋଲିସ୍‌, ଏପିଆର୍ ଫୋର୍ସ, ଏକଜ୍‌କୁଟିଭ୍ ମାଜିଷ୍ଟ୍ରେଟ୍ ମିଳିତ ଭାବେ କନ୍ଧବିଜପୁର ଏବଂ ସୁନାରିବଡ଼ ଗ୍ରାମ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬୦୦୦ ଲିଟର ପୋଚ ନଷ୍ଟ କରାଯାଇଥିବାବେଳେ ୨୫୦ ଲିଟର ରନ୍ଧା ମଦ ଜବତ କରାଯାଇଛି। ଏହାସହ ବିପୁଳ ପରିମାଣରେ ମଦ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି। ମଦ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅବକାରୀ ଚଢ଼ାଉ: ବିପୁଳ ମଦ ଜବତ ସହ ୧୪ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜୁଆଆଡ୍ଡା ଚଢ଼ାଉ ପରି ଅବକାରୀ ଚଢ଼ାଉ ମଧ୍ୟ ଗଂଜାମ ଜିଲ୍ଲାରେ ଜୋର୍‌ଦାର ହୋଇଥିବା ଦେଖିବାକୁ ମିଳିଛି। ଆଜି ବିଭିନ୍ନ ଅବକାରୀ ଅଂଚଳରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢ଼ାଉ ହୋଇଥିଲା। ଅବକାରୀ ବିଭାଗ ଏବଂ ଧରାକୋଟ ପୋଲିସ୍ ସୋରଡ଼ା ଅବକାରୀ ଅଂଚଳର ଚମ୍ପାପଲ୍ଲି ଏବଂ ଭଣ୍ଡାରୀବସା, ଖଲିକୋଟ ଅବକାରୀ ଏରିଆର ଅନ୍ତର୍ଗତ ଫାସୁଳା, ଭଂଜନଗର ଅବକାରୀ ଅଂଚଳ ଅନ୍ତର୍ଗତ ନାହାତୋଟାସାହି, ଜି. ରମ୍ଭା, ପୁରୁଷୋତ୍ତମପୁର ଅବକାରୀ ଅଂଚଳର ରାୟପୁର ଏବଂ ପ୍ରତାପୁର ଅଂଚଳରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬୭୭ ଲିଟର ଦେଶୀ ବେଆଇନ ମଦ, ୧୧୨୩୦ ଲିଟର ପୋଚ, ୧୭.୫ ଲିଟର ବିଦେଶୀ ମଦ ଏବଂ ମୋଟର ସାଇକେଲ୍ ଜବତ ହୋଇଛି। ଏଗୁଡ଼ିକ କାରବାର ଅଭିଯୋଗରେ ୧୪ ଜଣକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଏହି ଚଢ଼ାଉରେ ସୋରଡ଼ା ଓଆଇସି, ଖଲିକୋଟ, ପୁରୁଷୋତ୍ତମପୁର, ଭଂଜନଗର ଅବକାରୀ ଏବଂ ଆଇଆଇସି, ଧରାକୋଟ ପୋଲିସ୍ ଭାଗ ନେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ଚଢ଼ାଉ: ବିପୁଳ ମଦ ଏବଂ ପୋଚ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ-୨ ପକ୍ଷରୁ ଆଜି ସଦର ରେଞ୍ଜ ଅଂଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି। ଆଜି ସଦର ଅଂଚଳର ବୁଦାଲୁଣ୍ଡି ଗ୍ରାମରେ ଚଢ଼ାଉ କରାଯାଇ ୨୫ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ୧୨୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଇନିସ୍‌ପେକ୍ଟର, ବ୍ରହ୍ମପୁର ଡ଼ିଏସ୍‌ଏଫ୍ ଇନିସ୍‌ପେକ୍ଟର, ବ୍ରହ୍ମପୁର ଓଆଇସି-୨, ଏସ୍‌ଏଫ୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭାଗ ନେଇଥିଲେ।

Categories
ଆଞ୍ଚଳିକ

ଅବକାରୀ ଚଢ଼ାଉ: ବିପୁଳ ମଦ ଜବତ ସହ ପୋଚ ନଷ୍ଟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ-ଗଜପତି ସୀମାନ୍ତ ଜୁଆନପଲ୍ଲି, ବିଚାପେଟା, ଗୋଠକେଲି, ରଙ୍ଗିଆମ୍ବ ଗ୍ରାମରେ ସଦରରେଞ୍ଜ ଅବକାରୀ ବିଭାଗ, ବ୍ରହ୍ମପୁର ଏବଂ ପାଟପୁର ପୋଲିସ୍‌, ଦିଗପହଣ୍ଡି ଇଏସ୍ ଏବଂ ଡ଼ିଏସ୍‌ଏଫ୍ ବ୍ରହ୍ମପୁର ପକ୍ଷରୁ ଅବକାରୀ ଚଢ଼ାଉ ହୋଇଥିଲା। ପାଟପୁର ଥାନା ଅନ୍ତର୍ଗତ ଧରମପୁର ଗ୍ରାମର ଡ଼ି. ଚିତ୍ରସେନକୁ ଗିରଫ କରାଯିବା ସହ ଏକ ଟିଭିଏସ୍ ସ୍କୁଟି (ଓଡ଼ି ୦୭ ଏଡ଼ି ୧୭୭୨)କୁ ଜବତ କରାଯାଇଛି। ୧୨୦୦୦ ପୋଚ ନଷ୍ଟ କରାଯାଇଥିବାବେଳେ ୨୧୦ ଲିଟର ବେଆଇନ ମଦକୁ ଜବତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ମୋରାମୋରି ଗାଁ ଲୋକଙ୍କ ପ୍ରଶଂସନୀୟ କାର୍ଯ୍ୟ, ଧରିଲେ ୧୨୫ ଲିଟର ଦେଶୀ ମଦ, ଅବକାରୀ ବିଭାଗକୁ ଦେଲେ ଖବର

ବାଣପୁର: ନିଶାମୁକ୍ତ ଗାଁ କରିବାକୁ ଗ୍ରାମବାସୀଙ୍କ ସଫଳ ପ୍ରୟାସ। ଚୋରା ଚାଲାଣ ବେଳେ ପାଖାପାଖି ୧୨୫ ଲିଟର ଦେଶୀ ମଦ ଧରିବା ସହ ଏହି କାରବାର ଚଳାଇଥିବା ମଦବେପାରୀଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ଘଟଣା ଘଟିଛି ବାଣପୁର ବ୍ଲକ ଅନ୍ତର୍ଗତ ମୋରାମୋରି ପଂଚାୟତର ମୋରାମୋରି ଗାଁରେ।

ଗ୍ରାମବାସୀ ପାଖାପାଖି୧୨୫ ଲିଟର ଦେଶୀ ମଦ ଜବତ କରିଛନ୍ତି। କରୋନା ମହାମାରୀ ବ୍ୟାପିଥିବାରୁ ବିଦେଶୀ ମଦର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶୀ ମଦର ଚାହିଦା ବଢିବା ସହ ଏହାର କଳାବଜାର ଗାଁ ଗହଳିରେ ବଢି ଚାଲିଛି। ଏହାର ସୁଯୋଗ ନେଇ କିଛି ଲୋକ ମଦ ଚୋରା କାରବାର କରି ଆସୁଥିଲେ।

ଏହା ଜାଣି ଗ୍ରାମ କମିଟିର ବୈଠକ ବସି ଦେଶୀ ମଦ କାରବାର ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ମୋରମୋରି ଗ୍ରାମ କମିଟିର ସଦସ୍ୟମାନେ ଗାଁ ପାଖରେ ଥିବା ଜଙ୍ଗଲରୁ ୧୨୫ ଲିଟର ଦେଶୀ ମଦ ସହିତ ମଦ କାରବାରରେ ଲାଗୁଥିବା ହଣ୍ଡା, ପ୍ଲାଷ୍ଟିକ ଡ୍ରମ, ଜାରିକିନି ଆଦି ଜବତ କରିଛନ୍ତି। ଏହି ଘଟଣାରେ ଗ୍ରାମବାସୀ ଗାଁର ଦୁଇଜଣଙ୍କୁ ଧରିଛନ୍ତି ଏବଂ ଘଟଣା ସମ୍ପର୍କରେ ଅବକାରୀ ବିଭାଗକୁ ବି ଜଣାଇ ଦେଇଛନ୍ତି।