ଟାଙ୍ଗୀ: ସୋରଣର ଏକ ପାନ ଦୋକାନରୁ ବିପୁଳ ପରିମାଣର ମଦ ଜବତ, ଦୋକାନୀ ଗିରଫ

Published: Jun 17, 2022, 11:31 pm IST

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ମଝିସାହିର ଏକ ପାନ ଦୋକାନୀ ବେଆଇନ ମଦ ବିକ୍ରି କରୁଥିବାର ସୂଚନା ପାଇଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ଏହି ପରିପ୍ରେକ୍ଷୀରେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ପାନ ଦୋକାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ଉକ୍ତ ଦୋକାନୀରୁ ୮ କାଟୁନ ଆସ୍କା-ଫର୍ଟି, ୮ ଗୋଟି କିଙ୍ଗଫିସର ବୋତଲ, ୭ ଗୋଟି ମ୍ୟାକଡଲ ବଟଲକୁ ମିଶାଇ ୪୭ ଲିଟର ମଦ ଜବତ କରିଛି ପୋଲିସ।  ଏହି ପରିପ୍ରେକ୍ଷୀରେ ପୋଲିସ ପାନ ଦୋକାନୀ ନାରାୟଣ ଚମ୍ପତିଙ୍କ ବିରୋଧରେ କେଶ ନମ୍ବର ୩୦୭/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Related posts