Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ସୋରଣର ଏକ ପାନ ଦୋକାନରୁ ବିପୁଳ ପରିମାଣର ମଦ ଜବତ, ଦୋକାନୀ ଗିରଫ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ମଝିସାହିର ଏକ ପାନ ଦୋକାନୀ ବେଆଇନ ମଦ ବିକ୍ରି କରୁଥିବାର ସୂଚନା ପାଇଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ଏହି ପରିପ୍ରେକ୍ଷୀରେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ ତତ୍ୱାବଧାନରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ପାନ ଦୋକାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ଉକ୍ତ ଦୋକାନୀରୁ ୮ କାଟୁନ ଆସ୍କା-ଫର୍ଟି, ୮ ଗୋଟି କିଙ୍ଗଫିସର ବୋତଲ, ୭ ଗୋଟି ମ୍ୟାକଡଲ ବଟଲକୁ ମିଶାଇ ୪୭ ଲିଟର ମଦ ଜବତ କରିଛି ପୋଲିସ।  ଏହି ପରିପ୍ରେକ୍ଷୀରେ ପୋଲିସ ପାନ ଦୋକାନୀ ନାରାୟଣ ଚମ୍ପତିଙ୍କ ବିରୋଧରେ କେଶ ନମ୍ବର ୩୦୭/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଏକ ପାଖିଆ ପ୍ରେମର କରୁଣ ପରିଣତି, ବିଫଳ ହେବାରୁ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରେମରେ ବିଫଳ ହେବାରୁ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ସୋରଣ ଚିଆଙ୍ଗ ସାହିର ଆଲୋକ ବେହେରା ଜଣେ ଯୁବତୀଙ୍କୁ ଏକପାଖିଆ ପ୍ରେମ କରି ବସିଥିଲେ। ହେଲେ ଯୁବତୀ ଜଣଙ୍କୁ ଆଲୋକ ଏକ ପାଖିଆ ପ୍ରେମ ନିବେଦନ କରି ହତାଶ ହେବା ପରେ ଗତ କାଲି ସଂଧ୍ୟ୍ୟାରେ ନିଜ ଘରେ ବିଷ ପିଇ ଦେଇଥିଲେ।

ତେବେ ଆଲୋକ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ୯/୨୧ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଏନେଇ ଟାଙ୍ଗୀ ଥାନାଧିକାରୀ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।