ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଉପରେ କ୍ରମାଗତ ଚଢାଉ: ୨୪ ଘଣ୍ଟାରେ ପୁଣି ୧୧୪ ଜୁଆଡ଼ି ଗିରଫ

Published: Oct 31, 2020, 10:15 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇ ୧୬୧ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ଆଜି ମଧ୍ୟ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ୧୧୪ ଜଣ ଜୁଆଡ଼ିକୁ ଗିରଫ କରାଯାଇଛି। ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୯ଟି ସ୍ଥାନରେ ଘନ ଘନ ଚଢ଼ାଉ ହୋଇଥିବାବେଳେ୧୧୪ ଜଣକୁ ଗିରଫ କରିବା ସହ ୧ ଲକ୍ଷ ୯୦ ହଜାର ୭୨୧ ଟଙ୍କା ଜବତ କରିଛି। ସେହିପରି ବ୍ରହ୍ମପୁର ପୋଲିସ୍ ଅର୍ନ୍ତଗତ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ମଧ୍ୟ ଏକ ଜୁଆଆଡ୍ଡା ଚଢ଼ାଉ କରାଯାଇଛି। ଆଜି ଲାଞ୍ଜିପଲ୍ଲୀ ମହାଲକ୍ଷ୍ମୀନଗର ଚତୁର୍ଥ ଗଳିରେ ଚଢ଼ାଉ ହୋଇ ୯ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୩୯୪୭୦ ଟଙ୍କା ଏବଂ ୭ଟି ମୋବାଇଲ୍ ଫୋନ୍‌କୁ ପୋଲିସ୍ ଜବତ କରିଛି।

Related posts