Categories
ଆଜିର ଖବର ଜାତୀୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ: ନଗଦ ଟଙ୍କା ସହ ୬ ଜୁଆଡି ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଖାଜା ସାହିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଟାଉନ ଥାନା ପୋଲିସ ଚଢ଼ାଉ କରି ୬ ଜୁଆଡିଙ୍କୁ ଗିରଫ କରିଛି। ଏହା ସହ ନଗଦ ୩୬,୬୫୦ ଟଙ୍କା ଓ ୬ ଦାମିକା ମୋବାଇଲ ଫୋନ ଜବତ୍ ପୋଲିସ ଜବତ କରିଛି। ଜୁଆ ଖେଳରେ ସମ୍ପୃକ୍ତ ଜୁଆଡି ମାନଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ଜୁଆ ଆଡ୍ଡା ଉପରେ ବାଣପୁର ପୋଲିସର ଚଢାଉ: ୩ ଜୁଆଡ଼ି ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ୩ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ ମା’ ଭଗବତୀ ମନ୍ଦିର ନିକଟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଆଇଆଇସି ରମେଶ କୁମାର ଦେବତାଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ସ୍ଥାନରେ ତୁରନ୍ତ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ତାସ ପାଲି ସମେତ ୪୭୭୦ ନଗଦ ଟଙ୍କା ଜବତ କରିଛି ପୋଲିସ। ଆଜି ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୧୧୫/୨୪ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ଦେବତା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜୁଆ ଆଡ୍ଡାରେ ଚଢ଼ାଉ, ୬ ଜୁଆଡି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜୁଆ ଖେଳ ଚାଲିଥିବା ବେଳେ ଟାଙ୍ଗୀ ପୋଲିସ ଚଢାଉ କରି ୬ ଜୁଆଡିଙ୍କୁ ଗିରଫ କରିଛି। ଏହି ସମୟରେ ଜୁଆ ଆଡ୍ଡାରୁ ନଗଦ ୨୪ ହଜାର ୨୩୦ ଟଙ୍କା ଓ ୫ ଟି ବାଇକ ପୋଲିସ ଜବତ କରିଛି।

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ରସୁଲପୁର ଜଙ୍ଗଲରେ ଜୁଆ ଖେଳାଯାଉଥିବା ଖବର ପାଇ ଭୂଷଣ୍ଡପୂର ଫାଣ୍ଡି ଓ ଟାଙ୍ଗୀ ଥାନା ମିଳିତ ଭାବେ ଚଢ଼ାଉ କରିଥିଲା। କିନ୍ତୁ ଏଥିରେ ଅନେକ ଜୁଆଡି‌ ଛତ୍ରଭଙ୍ଗ ଦେଇଥିବାବେଳେ ନବକିଶୋର ଦାଶ, କମଳାକାନ୍ତ ସାହୁ, ଲକ୍ଷ୍ମଣ ବାରିକ, ବଳରାମ ପ୍ରହରାଜ, ବାପୁଜୀ ପ୍ରଧାନ ଓ ରଶ୍ମିରଞ୍ଜନ ଜେନାଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଜୁଆଡି ମାନଙ୍କ ଠାରୁ ୫ଟି ବାଇକ୍ ଓ ୨୪ ହଜାର ୨୩୦ ଟଙ୍କା ଜବତ ହୋଇଛି।

ଖୋର୍ଦ୍ଧା ଜିଲ୍ଲାର ଜଂକିଆ ଥାନା, ଟାଙ୍ଗୀ ଥାନା ଅଂଚଳରେ ବ୍ୟାପକ ପରିମାଣର ଜୁଆ ଆଡ୍ଡା ଚାଲୁଥିବାରୁ ପୋଲିସ ଏହାକୁ ଦମନ ପାଇଁ ଚେଷ୍ଟା ଜାରି ରଖିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଜ ସଂକ୍ରାନ୍ତି ଦିନ ବାଣପୁର ପୋଲିସର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜୁଆଡ଼ି ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ରଜ ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏକାଧିକ ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚାଲିଥିବା ବେଳେ ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ସମ୍ପୃକ୍ତ ସ୍ଥାନଗୁଡିକରେ ଚଢ଼ାଉ କରାଯାଇ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ନିକଟରୁ ନକଦ ୩୦ ହଜାର ଟଙ୍କା, ତାସ ପତି, ତାରପାଉଲିନ ଇତ୍ୟାଦି ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଏହି ପରିପ୍ରେକ୍ଷୀରେ ପୋଲିସ ୩ ଓପିଜି ଅଧିନିୟମ ଅନୁଯାୟୀ କେଶ ନମ୍ବର ୨୩୭/୨୨ ଏବଂ ୨୩୮/୨୨ ରେ ଦୁଇ ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ କଲା ଟାଙ୍ଗୀ ପୋଲିସ: ୮ ଜୁଆଡି ଗିରଫ, ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜୁଆ ଆଡ୍ଡା ଉପରେ ବ୍ରେକ୍ ଲଗାଇବା ପାଇଁ ଟାଙ୍ଗୀ ପୋଲିସର ଲଗାତାର ଚଢାଉ ଜାରି ରହିଛି। ଦୁଇଟି ସ୍ଥାନରେ ଚଢାଉ କରି ୮ ଜୁଆଡିକୁ ଗିରଫ କରିବା ସହ ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ପୋଲିସ ଜବତ କରିଛି।

ପୋଲିସର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବେଣୀ ପଥର ଓ ମଙ୍ଗଳା ଯୋଡି ଜୁଆ ଆଡ୍ଡାରେ ବେଧଡକ ଜୁଆ ଖେଳ ଚାଲିଥିଲା। ବାରମ୍ବାର ଏହି ଜୁଆ ଆଡ୍ଡା ଉପରେ ଚଢାଉ ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା। ହେଲେ ପୋଲିସ୍ ଚଢାଉ କରୁଥିଲେ ହେଁ ଘଞ୍ଚ ଜଙ୍ଗଲ ଯୋଗୁଁ ଜୁଆଡି ମାନଙ୍କୁ ପୋଲିସ୍ ଧରିଵାରେ ସଫଳ ହୋଇ ପାରୁନଥିଲା।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଏକ ସ୍ୱତନ୍ତ୍ର କୌଶଳ ଜରିଆରେ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳ ହୋଇଥିଲେ। ଏଥିରେ ୮ ଜଣ ଜୁଆଡିଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଏହାସହ ଜୁଆଡି ମାନଙ୍କ ଠାରୁ ୭୨ ହଜାର ଟଙ୍କା, ୪ ବାଇକ ଓ ଗୋଟିଏ ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ତିନି ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୦ ଏବଂ ୨୦୧ ରେ ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆଆଡ୍ଡା ଚଢ଼ାଉ: ୧୪ ଜୁଆଡ଼ି ଗିରଫ ହେବା ସହ ୯ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମାର ପୂର୍ଣ୍ଣିମା ଶେଷ ହୋଇଯାଇଥିଲେ ମଧ୍ୟ ଅଭ୍ୟାସଗତ ଜୁଆଡ଼ିମାନେ ସେମାନଙ୍କ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଅଭ୍ୟାସଗତ ଜୁଆଡ଼ିମାନେ ବିଭିନ୍ନ ନିକାଞ୍ଚନ ସ୍ଥାନ, କୋଠଘର, ହୋଟେଲ୍‌, ପଡ଼ିଆରେ ଜମା ହୋଇ ଜୁଆଖେଳ ଖେଳୁଛନ୍ତି। ଏହାଦ୍ୱାରା ସେମାନେ ସର୍ବସ୍ୱନ୍ତ ହେବା ସହ ପରିବାର ଲୋକେ ମଧ୍ୟ ଦାଣ୍ଡର ଭିକାରୀ ସାଜୁଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ସନ୍ଧ୍ୟା ସମୟରେ ଧର୍ମନଗରରେ ଚଢ଼ାଉ କରି ୧୪ଜୁଆଡ଼ିକୁ ଗିରଫ କରିବା ସହ ୯ ଲକ୍ଷ ୨୯ ହଜାର ଟଙ୍କା ଜବତ ହୋଇଛି।

ସୂଚନାଯୋଗ୍ୟ ଧର୍ମନଗର ଅଂଚଳରେ ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଥାନାଧିକାରୀ ସୁରେଶ ତ୍ରିପାଠୀ ଖବରପାଇ ଚଢ଼ାଉ କରିଥିଲେ। ଅତର୍କିତ ଚଢ଼ାଉରେ ଜୁଆଡ଼ିମାନେ ପୋଲିସ୍ ହାବୁଡ଼ରେ ପଡ଼ିବା ସହ ୯ଲକ୍ଷ ୨୯ ହଜାର ଟଙ୍କା, ୧୦୪ଟି ତାସ୍ କାଟା, ଜରିପାଲ ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ: ନଗଦ ଟଙ୍କା ସହ ଚାରି ଜୁଆଡ଼ି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜୁଆଡ଼ି ଙ୍କୁ ଗିରଫ କରିବା ସହ ଟଙ୍କା ଏବଂ ବାଇକ ଜବତ କରିଛି ଟାଙ୍ଗୀ ପୋଲିସ।

ସୂଚନା ଅନୁସାରେ କୌଣସିମତେ ଖବର ପାଇ ଟାଙ୍ଗୀ ପୋଲିସ ସୋରଣ ଗ୍ରାମ ମାନସିଂହପୁର ରେ ଜୁଆ ଖେଳ ଚାଲିଥିବା ବେଳେ ଅତର୍କିତ ଭାବରେ ଚଢ଼ାଉ କରି ଚାରି ଜଣ ଜୁଆଡ଼ିଙ୍କୁ କାବୁ କରି ଗିରଫ କରିଥିଲା। ସେମାନଙ୍କ ନିକଟରୁ ନଗଦ ପାଞ୍ଚ ହଜାର ତିରିଶ ଟଙ୍କା , ୭ ଗୋଟି ମଟର ସାଇକେଲ ସହ ବ୍ୟବହାର ହେଉଥିବା ପାଲି ଜବତ କରାଯାଇଛି। ସେହି ଚାରି ଜୁଆଡିଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୩୩୨/୨୦ ରେ ମାମଲା ରୁଜୁକରି ତଦନ୍ତ ଜାରିରହିଛି ବୋଲି ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ପୁଣି ୨୪ ଘଣ୍ଟାରେ ୪୬ ଜୁଆଡ଼ି ଗିରଫ: ଦାଦାବଟି ମାଗି ୨୬ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି କୂମାରପୂର୍ଣ୍ଣିମା ଥିବାବେଳେ ଜୁଆଖେଳ ଶୀର୍ଷରେ ପହଞ୍ଚିଥିଲା। ଗଂଜାମ ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ବହୁ ଜୁଆଡ଼ିକୁ ଗଂଜାମ ଜିଲ୍ଲା ପୋଲିସ୍ ଗିରଫ କରିଥିବାବେଳେ ଗତକାଲି ଏବଂ ଆଜି ମଧ୍ୟ ଜୁଆଆଡ୍ଡା ଚଢ଼ାଉ ଜାରି ରଖିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଗ୍ରାମର ୮ଟି ଜୁଆଆଡ୍ଡା ଚଢ଼ାଉ କରି ୪୬ ଜଣ ଜୁଆଡ଼ିକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍ ଏହା ସହ ୨ ଲକ୍ଷ ୧୫ହଜାର ୬୩୫ ଟଙ୍କା ଏବଂ ଖେଳସାମଗ୍ରୀ ଜବତ କରିଛି। ତେବେ ଚଳିତବର୍ଷ ଦାଦାବଟି ମାଗିବା ନେଇ ପୋଲିସ୍ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଧରପଗଡ଼ ଚାଲିଥିଲା। ଏହିକ୍ରମରେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଟି ଦାଦାବଟି ମାଗିବା ଅଭିଯୋଗରେ ୨୬ ଜଣକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଉପରେ କ୍ରମାଗତ ଚଢାଉ: ୨୪ ଘଣ୍ଟାରେ ପୁଣି ୧୧୪ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇ ୧୬୧ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ଆଜି ମଧ୍ୟ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ୧୧୪ ଜଣ ଜୁଆଡ଼ିକୁ ଗିରଫ କରାଯାଇଛି। ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୯ଟି ସ୍ଥାନରେ ଘନ ଘନ ଚଢ଼ାଉ ହୋଇଥିବାବେଳେ୧୧୪ ଜଣକୁ ଗିରଫ କରିବା ସହ ୧ ଲକ୍ଷ ୯୦ ହଜାର ୭୨୧ ଟଙ୍କା ଜବତ କରିଛି। ସେହିପରି ବ୍ରହ୍ମପୁର ପୋଲିସ୍ ଅର୍ନ୍ତଗତ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ମଧ୍ୟ ଏକ ଜୁଆଆଡ୍ଡା ଚଢ଼ାଉ କରାଯାଇଛି। ଆଜି ଲାଞ୍ଜିପଲ୍ଲୀ ମହାଲକ୍ଷ୍ମୀନଗର ଚତୁର୍ଥ ଗଳିରେ ଚଢ଼ାଉ ହୋଇ ୯ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୩୯୪୭୦ ଟଙ୍କା ଏବଂ ୭ଟି ମୋବାଇଲ୍ ଫୋନ୍‌କୁ ପୋଲିସ୍ ଜବତ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉ: ୨୪ ଘଣ୍ଟାରେ ପୁଣି ଗିରଫ ହେଲେ ୯୮ ଜୁଆଡ଼ି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତକାଲି ପରି ଆଜି ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳର ୧୭ଟି ଜୁଆଆଡ୍ଡା ଚଢ଼ାଉ କରାଯାଇ ୯୮ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୨ ଲକ୍ଷ ୯୪ ହଜାର ୭୨୫ ଟଙ୍କା ଜବତ ହୋଇଛି। ଏହା ସହ ୧୯ଟି ମୋବାଇଲ୍ ଫୋନ୍ ଏବଂ ଖେଳ ସାମଗ୍ରୀକୁ ପୋଲିସ୍ ଜବତ କରିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଉପରେ ଚଢ଼ାଉ: ୨୪ ଘଣ୍ଟାରେ ୮୮ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ ହୋଇଛି। ସେହିପରି ୮ଟି ଅବକାରୀ ଚଢ଼ାଉ ହୋଇ ୮ ଜଣକୁ ଗିରଫ କରିବା ସହ ୨୮୯.୯ ଲିଟର ମଦ ଜବତ ହୋଇଛି। ସେହିପରି ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୨୫ ଜଣକୁ ଗିରଫ କରାଯାଇଥିବାବେଳେ ୩ଟି ଅବକାରୀ ଚଢ଼ାଉ କରାଯାଇ ୩ ଜଣ ଗିରଫ ସହ ୫୭ ଲିଟର ମଦ ଜବତ ହୋଇଛି। ଆଗକୁ ମଧ୍ୟ ଏହି ଜୁଆଆଡ୍ଡା ଚଢ଼ାଉ ଜୋର୍‌ଦାର କରାଯିବା ବୋଲି ଉଭୟ ପୋଲିସ୍ ଜିଲ୍ଲା ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁଆଆଡ୍ଡା ଉପରେ ଚଢ଼ାଉ: ୮ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ଟାଉନ୍‌ଥାନା ଅଂଚଳଟି ସହରର ମଧ୍ୟଭାଗରେ ଅବସ୍ଥିତ ଥିବାବେଳେ ଏଠାରେ ବଡ଼ଧରଣର ଜୁଆଆଡ୍ଡାମାନ ଚାଲିଥିବା ଜଣାପଡ଼ିଛି। ଜୁଆଡ଼ିମାନେ ରୀତିମତ ହୋଟେଲ୍‌, ନିକାଞ୍ଚନ ସ୍ଥାନମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଜୁଆଖେଳି ସ୍ୱର୍ବସ୍ୱାନ୍ତ ହେଉଛନ୍ତି। ତେବେ ଥାନା ପକ୍ଷରୁ ଯେତେ ଚଢ଼ାଉ କଲେ ବି ଏମାନେ ଏହାକୁ ଖାତିର ନ କରି ପୁଣି ଜୁଆଖେଳ ଜାରି ରଖୁଛନ୍ତି। ଏନେଇ ଗତକାଲି ମଧ୍ୟରାତ୍ରରେ ଟାଉନ୍ ଥାନା ପକ୍ଷରୁ କର୍ପୋରେସନ ରୋଡ଼୍ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ୮ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୫୨ଯୋଡ଼ି ତାସ୍‌, ଜରି ପାଲ ମଧ୍ୟ ପୋଲିସ୍ ଜବତ କରିଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୨୫ ତାରିଖ ରାତ୍ର ମଧ୍ୟରେ ଗେଟ୍‌ବଜାର ଓଆର୍‌ଟି କଲୋନୀରେ ଚଢ଼ାଉ ହୋଇ ୯ ଜଣ ଜୁଆଡ଼ିକୁ ଗିରଫ କରିଥିବା ଟାଉନ୍ ଥାନା ପୋଲିସ୍। ସେହିପରି ଗତ ୨୧ ତାରିଖ ରାତ୍ରରେ ମଧ୍ୟ ଏହି କର୍ପୋରେସନ ଅଂଚଳରେ ହିଁ ଚଢ଼ାଉ କରି ୧୧ ଜୁଆଡ଼ିକୁ ଗିରଫ କରିବା ସହ ୮୮ହଜାର ୪୦୦ ଟଙ୍କା ଜବତ କରିଥିଲା ଟାଉନ୍‌ଥାନା ପୋଲିସ୍। ତେବେ ସେହି ଅଂଚଳରେ ପୁଣି ଏକ ବଡ଼ଧରଣର ଜୁଆଆଡ୍ଡା ଚାଲିଥିବାରୁ ସ୍ପଷ୍ଟ ବାରି ହେଉଛି ଯେ ଜୁଆଡ଼ିଙ୍କ ପୋଲିସ୍ ପ୍ରତି ଭୟ ନାହିଁ। ତେବେ ଟାଉନ୍‌ଥାନା ପକ୍ଷରୁ ଏଭଳି ବାରମ୍ବାର ଚଢ଼ାଉକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି।