
ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୯୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୩ ହଜାର ୯୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୪୧ ହଜାର ୪୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୬ ଲକ୍ଷ ୩ ହଜାର ୧୨୧ ଜଣ ସୁସ୍ଥ ହୋଇଛନ୍ତି।