Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ସାଂସଦ ନୁହେଁ, ବିଧାୟକ ଭାବେ ଲଢିବେ ବାବା ପ୍ରସନ୍ନ ପାଟ୍ଟଶାଣୀ, କେଉଁ ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିବ ପଢନ୍ତୁ ଏହି ଖବର
ଆଜିର ଖବର

ଏଥର ସାଂସଦ ନୁହେଁ, ବିଧାୟକ ଭାବେ ଲଢିବେ ବାବା ପ୍ରସନ୍ନ ପାଟ୍ଟଶାଣୀ, କେଉଁ ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିବ ପଢନ୍ତୁ ଏହି ଖବର

March 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Dr Prashan Pattshani Will get ticket from Chilika
Dr Prashan Pattshani Will get ticket from Chilika

ଏଥର ବାବା ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଭାବେ ନୁହେଁ , ବିଧାୟକ ଭାବେ ଲଢେଇ କରିବେ। ବାବାଙ୍କୁ ନବୀନ ନିବାସ ଡକାଯାଇ ରୋକଠୋକ ଭାବେ ବିଧାୟକ ପ୍ରାର୍ଥୀ ହେବା ପାଇଁ କୁହାଯାଇଛି। ବାବାଙ୍କ ଜନ୍ମସ୍ଥାନ ଚିଲିକାରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ନବୀନ ନିବାସ ତରଫରୁ ଜଣାଇ ଦିଆଯାଇଛି। ସେଠାରେ ଗତଥର ବିଜେଡି ପ୍ରାର୍ଥୀ ହୋଇଥିବା ରଘୁ ସାହୁଙ୍କୁ ଏଥର ଟିକେଟ ଦିଆଯିବ ନାହିଁ। କାରଣ ବିଜେଡିର ରିପୋର୍ଟ ଅନୁସାରେ ଚିଲିକାରେ ରଘୁ ସାହୁଙ୍କ ପତିଆରା ଥିଲେ ମଧ୍ୟ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଗତ ନିର୍ବାଚନରେ ସେ ବହୁ କମ ଭୋଟରେ ହାରିଥିଲେ ମଧ୍ୟ ଏଥର ସେପରି ସ୍ଥିତି ନାହିଁ ବୋଲି ବିଜେଡି ଅନୁଭବ କରିସାରିଛି। ବର୍ତ୍ତମାନ ଚିଲିକାରେ ପୃଥୀରାଜ ହରିଚନ୍ଦନଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ରଘୁ ସାହୁ ତାଙ୍କୁ ଟକ୍କର ଦେଇପାରିବେ କି ନାହିଁ ତାହା ମଧ୍ୟ ବିଜେଡିର ସନ୍ଦେହ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଭାବେ ଦଳ ନୂଆ କାହାକୁ ଛିଡା କରିବା ପାଇଁ ନିଷ୍ପତି କରିଛି। କାରଣ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଯେପରି ପ୍ରଚାର କରୁଛନ୍ତି ତାହା ବିଜେଡିର ଚିନ୍ତା ବଢାଇ ଦେଇଛି। ବିଭିନ୍ନ ରିପୋର୍ଟକୁ ଆଧାର କରି ଦଳ ବର୍ତ୍ତମାନ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରେ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା କରାଯିବ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି।

assembly BJD chilika election
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026
Latest News

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.