Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟୁଆର୍‌ କୋଡ୍‌ରୁ ହ୍ୟାକ୍‌ ହୋଇପାରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ, ଜାଣନ୍ତୁ କିପରି ବଞ୍ଚିବେ ଏଥିରୁ
ଆଜିର ଖବର

କ୍ୟୁଆର୍‌ କୋଡ୍‌ରୁ ହ୍ୟାକ୍‌ ହୋଇପାରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ, ଜାଣନ୍ତୁ କିପରି ବଞ୍ଚିବେ ଏଥିରୁ

November 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜିକାଲି ସହଜ ଓ ସୁବିଧା ପାଇଁ ଲୋକେ ଲାପଟପ୍‌ ଓ କମ୍ପ୍ୟୁଟରରେ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଆକ୍ସେସ୍‌ କରୁଛନ୍ତି । କାମ କରିବା ସମୟରେ ବାରମ୍ବାର ମୋବାଇଲ୍‌ ନ ଦେଖିବା ପାଇଁ ନିଜ ଓ୍ବାର୍କିଂ ସିଷ୍ଟମ୍‌ରେ ହ୍ବାଟସ୍‌ଆପ୍‌ କନେକ୍ଟ କରୁଛନ୍ତି। ଏଥିପାଇଁ ହ୍ବାଟସ୍‌ଆପ୍‌ର ସେଟିଂସ୍‌ରେ ହ୍ବାଟସଆପ୍‌ ଓ୍ବେବ/ ଡେସ୍କଟପ୍‌ର ଅପ୍ସନ୍‌ ଜରିଆରେ ମୋବାଇଲ୍‌ ଫୋନ୍‌ ବ୍ୟତୀତ ଅନ୍ୟ ଲାପଟପ୍‌, କମ୍ପ୍ୟୁଟର ଆଦିରେ ହ୍ବାଟସ୍‌ଆପ ଖୋଲା ଯାଇପାରୁଛି ।ତେବେ ହ୍ବାଟସ୍‌ଆପ୍‌ରେ ଏହି ଫିଚର ଜରିଆରେ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ହ୍ୟାକ୍‌ ହେବାର ସମ୍ଭାବନା ରହିଛି । ଯେ କେହି ବି ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଚେକ୍‌ କରି ଆପଣଙ୍କ ମେସେଜ୍‌ ପଢି ପାରିବ ।

ତେବେ ହ୍ବାଟସ୍‌ଆପ୍‌ର ସେଟିଂସ୍‌ରେ ହ୍ବାଟସ୍‌ଆପ୍‌ ଓ୍ବେବ/ ଡେସ୍କଟପ୍‌ର ଏକ ଅପ୍ସନ ରହିଛି, ଯେଉଁଥିରେ ମୋବାଇଲ୍‌ ବ୍ୟତୀତ ଲାପଟପ୍‌ ବା ଅନ୍ୟ କେଉଁ ଡିଭାଇସ୍‌ରେ ହ୍ବାଟସ୍‌ଆପ୍‌ ଆକ୍ସେସ୍‌ ହୋଇଥିଲେ ଜଣାପଡିଯାଇଥାଏ । ହ୍ବାଟସ୍‌ଆପ୍‌ର କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ମୋବାଇଲ୍‌ ବ୍ୟତୀତ ଅନ୍ୟ କମ୍ପ୍ୟୁଟର କି ଲାପ୍‌ଟପ୍‌ରେ ହ୍ବାଟସ୍‌ଆପ୍‌ ଖୋଲା ଯାଇପାରୁଛି । ତେବେ ଏହା ଜରିଆରେ ଆକାଉଣ୍ଟ ହ୍ୟାକ୍‌ ହେବାର ସମ୍ଭାବନା ରହିଥିବାରୁ ସତର୍କ ରହିବା ଉଚିତ୍‌ ।

ତେବେ କିପରି ବଞ୍ଚିବେ ହ୍ବାଟସ୍‌ଆପ୍‌ ହ୍ୟାକିଂରୁ :

ଆପଣ ହ୍ବାଟସ୍‌ଆପ୍‌ ଓ୍ବେବ ବ୍ୟବହାର କରୁଥିଲେ ଏହାକୁ ଲଗ୍‌ଆଉଟ୍‌ ଫ୍ରମ୍‌ ଅଲ୍‌ ଡିଭାଇସ୍‌ରେ କ୍ଲିକ୍‌ କରନ୍ତୁ । ଏହାପରେ ହ୍ବାଟସ୍‌ଆପ୍‌ର ସେଟିଂକୁ ଯାଇ ଟୁ ଷ୍ଟେଫ୍‌ ଭେରିଫିକେସନ୍‌ରେ କ୍ଲିକ୍‌ କରନ୍ତୁ । ଏଠାରେ ଏନାବେଲ୍‌ କ୍ଲିକ୍‌ କରି 6ଟିକିଆ ଭେରିଫିକେସନ୍‌ କୋଡ୍‌ ଦେଇ ପାରିବେ । ଏହି କୋଡ୍‌ ଦେବା ସମୟରେ ନିଜ ରେଜିଷ୍ଟ୍ରେର୍‌ ମୋବାଇଲ ନମ୍ବରରେ ହ୍ବାଟସ୍‌ଆପ୍‌କୁ ଆପଣ ଦ୍ବିତୀୟଥର ପାଇଁ ଲଗ୍‌ଇନ୍‌ କରିପାରିବେ । ଏହି କୋଡ୍‌ ପାଇଁ ଆପଣଙ୍କ ଇମେଲ୍‌ ଆଇଡିକୁ ଏକ ପିନ୍‌ ଆସିବ ।

ସେହିପରି ଆପଣ ଅନ୍ୟ କେଉଁ ଡିଭାଇସ୍‌ରେ ହ୍ବାଟସ୍‌ଆପ୍‌ ବ୍ୟବହାର କରୁଥିଲେ । ବ୍ୟବହାର ପରେ ସର୍ବଦା ଲଗ୍‌ ଆଉଟ୍‌ କରନ୍ତୁ ।

ଫୋନ୍‌ରେ ଥିବା ହ୍ବାଟସ୍‌ଆପ୍‌କୁ ଲକ୍‌ ରଖନ୍ତୁ । ସେହିପରି ଅନ୍ୟ କୌଣସି ଅଜଣା ଓ୍ବାଇଫାଇରେ କନକ୍ଟେଟ୍‌ କରନ୍ତୁ ନାହିଁ । ଏହା ଦ୍ବାରା କେବେ କେବେ ହ୍ୟାକର୍ସ ଏକ ୟୁନିକ୍‌ ଏମଏସି ଆଡ୍ରେସ୍‌ ଦ୍ବାରା ହ୍ବାଟସଆପ୍‌କୁ ହ୍ୟାକ୍‌ କରିପାରନ୍ତି ।

ଯଦି ଆପଣ ଭାବୁଛନ୍ତି ଆପଣଙ୍କ ହ୍ବାଟସଆପ୍‌ ହ୍ୟାକ୍‌ ହୋଇଛି ତେବେ ଆପଣଙ୍କ ନିଜ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ support@whatsapp.comରେ ଇମେଲ୍‌ କରି ଡିଆକ୍ଟିଭେଟ୍‌ କରନ୍ତୁ । ଏକ ମାସ ପର୍ଯ୍ୟନ୍ତ ଆପଣଙ୍କ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ୟବହାର ନ ହେଲେ ଏହା ଅଟୋମେଟିକ୍‌ ଡିଲିଟ୍‌ ହୋଇଯିବ ।

hack whatsapp
Share. Facebook Twitter LinkedIn Email WhatsApp Copy Link

Related Posts

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026
Latest News

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.