Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା କଟକଣାରେ ୨ ହଜାର ଲୋକଙ୍କ ପାଇଁ ଭୋଜି: ୫୦ ହଜାର ଜୋରିମାନା ପକାଇଲେ ତହସିଲ୍‌ଦାର
ଆଜିର ଖବର

କରୋନା କଟକଣାରେ ୨ ହଜାର ଲୋକଙ୍କ ପାଇଁ ଭୋଜି: ୫୦ ହଜାର ଜୋରିମାନା ପକାଇଲେ ତହସିଲ୍‌ଦାର

November 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାର ପ୍ରକୋପ କମିଥିଲେ ମଧ୍ୟ ଏହା ସମୁଦାୟ ବିଦାୟ ନେଇନି। ଏହି ପରିପ୍ରେକ୍ଷରେ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଲୋକ ଜମା ହେବା ପାଇଁ ନିଷିଦ୍ଧାଦେଶ ଜାରି କରିବା ସହ ଅଳ୍ପ ଲୋକରେ ଭୋଜିଭାତ, ସାମାଜିକ କାର୍ଯ୍ୟକ୍ରମ ଏବଂ ବିବାହ, ବ୍ରତ ଆଦି କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହି କଟକଣାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରି କୁକୁଡ଼ାଖଣ୍ଡି ଅଂଚଳର ଜନୈକ ବ୍ୟକ୍ତି ଆଜି ୨ ହଜାର ଲୋକଙ୍କ ପାଇଁ ଖାଦ୍ୟ ରନ୍ଧନ କରିଥିବାବେଳେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ପହଞ୍ଚି ଏହାକୁ ଭଣ୍ଡୁର କରିବା ସହ ଜୋରିମାନା ପକାଇଛନ୍ତି।

ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ଗ୍ରାମର ପି. ସୁବାଷ ଆଜି ୨ ହଜାର ଲୋକ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। କୌଣସି ବିଶେଷ ସୂତ୍ରରୁ ଖବରପାଇ ତହସିଲ୍‌ଦାର ପ୍ରିୟଦର୍ଶିନୀ ମିଶ୍ର ଏଭଳି ଏକ ଭୋଜି ହେଉଥିବା ବିଷୟ ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ସ୍ଥାନୀୟ ପୋଲିସ୍ ସହାତୟାରେ ଚଢ଼ାଉ କରିଥିଲେ। ଏତେ ପରିମାଣରେ ରନ୍ଧାଖାଦ୍ୟ ଦେଖି ତହସିଲ୍‌ଦାର ଶ୍ରୀମତୀ ମିଶ୍ର, ପି. ସୁବାଷଙ୍କୁ ଏହି କଥା ପଚାରିବାରେ ସେ କହିଥିଲେ ମୋର ପିତାଙ୍କ ଅଗଷ୍ଟ ମାସରେ ବିୟୋଗ ଘଟିଛି। କିନ୍ତୁ ଏହାର ଭୋଜି ବର୍ତ୍ତମାନ ମୁଁ ଦେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ଜାଣି ତହସିଲ୍‌ଦାର ତାଙ୍କୁ ତାଗିଦ୍ କରିବା ସହ ସମସ୍ତ ଖାଦ୍ୟକୁ ପାର୍ସେଲ୍ କରି ପ୍ରଦାନ ଯେଭଳି କରିବେ ବୋଲି ସତ୍ୟପାଠ ଲେଖିବାକୁ କହିଥିଲେ। ପି. ସୁବାଷ ସତ୍ୟପାଠ ଲେଖିବା ସହ କୋଭିଡ଼୍ ନିୟମର ଉଲ୍ଲଂଘନ କରୁଥିବାରୁ ୫୦ ହଜାର ଟଙ୍କା ଜୋରିମାନା ଦେଇଥିଲେ।

ସୂଚନାଯୋଗ୍ୟ ପି. ସୁବାଷ ଜଣେ ରାଜନୈତିକ ଗୋଷ୍ଠୀର ହୋଇଥିବାବେଳେ ଅଂଚଳର ଜନପ୍ରତିନିଧିଙ୍କ ସହାୟତାରେ ଏଭଳି ଭୋଜି ହେଉଥିବା ନେଇ ଚର୍ଚ୍ଚା ହେଉଛି। ତେବେ ତହସିଲ୍‌ଦାରଙ୍କ ଏଭଳି ବଳିଷ୍ଠ ନେତୃତ୍ୱକୁ ସବୁ ମହଲରୁ ସ୍ୱାଗତ କରାଯିବା ସହ ଏଭଳି କରୋନା ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ପୂର୍ବରୁ ମଧ୍ୟ ତହସିଲ୍‌ଦାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କା ସାମଗ୍ରୀ ଜବତ କରୁଥିବାରୁ ସେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

କରୋନା କଟକଣା ଗଂଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.