Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମିକୁ ଚକ ମୁକ୍ତ କରିବା ଏବଂ ଚକବନ୍ଦୀ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ
ଆଜିର ଖବର

ଜମିକୁ ଚକ ମୁକ୍ତ କରିବା ଏବଂ ଚକବନ୍ଦୀ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

November 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଜମିକୁ ଚକ ମୁକ୍ତ କରିବା ଏବଂ ବ୍ରହ୍ମପୁର ସ୍ଥିତ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଆଜି ଚକବନ୍ଦୀ ଉଚ୍ଛେଦ ସଂଘର୍ଷ ସମିତି ପକ୍ଷରୁ ଆର୍‌ଡ଼ିସି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼ ତହସିଲ୍ ଅନ୍ତର୍ଗତ ନରେନ୍ଦ୍ରପୁର ଅଧୀନରେ କିପରି ପ୍ରଜା ବା ଚାଷୀମାନେ ହଇରାଣ ହେଉଛନ୍ତି। ୨ ବର୍ଷ ହେଲା ଚାଷୀ ଚକବନ୍ଦୀ ଉଚ୍ଚେଦ ପାଇଁ ନବୀନ ନିବାସ ଠାରୁ ଆରମ୍ଭ କରି ରାଜସ୍ୱ ପରିଷଦ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ତହସିଲ୍‌ଦାର ଶେରଗଡ଼, ମୁଖ୍ୟମନ୍ତ୍ରୀଙ୍କ ସଚିବ ସବୁ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ୩୪ ବର୍ଷ ପୂର୍ବେ ଚକବନ୍ଦୀ କାର୍ଯ୍ୟକାରୀ ହୋଇ ପଟା ପ୍ରଦାନ କରାଯାଇଥିଲା।

ସଂପୃକ୍ତ ଚକ ଅନୁସାରେ ପ୍ରସ୍ତାବିତ ପଟା ଅନୁଯାୟୀ ଏହା କୌଣସି ପ୍ରଜା ଦଖଲ କରିପାରିନାହାନ୍ତି। ଏଠାରେ ଏହା ସଂପୂର୍ଣ୍ଣ ବିଫଳ ହୋଇଛି। ତେଣୁ ଚକବନ୍ଦୀ ଉଚ୍ଚେଦ କରିବା ପାଇଁ ଆଜି ବିଜେପିର ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୩୦ ବର୍ଷରୁ ଅଧିକ ହେଲା ରାଜସ୍ୱ କମିଶନରଙ୍କ ଶାଖା ହିସାବରେ ଏକ ଯୁଗ୍ମ କମିଶନର ଅଦାଲତ ଆରମ୍ଭ ହୋଇଥିଲା। ରାଜସ୍ୱ ବିଭାଗର ସର୍ଭେ ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟର ତ୍ରୁଟି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଜାକୁ ଏହି ଅଦାଲତର ଆଶ୍ରୟ ନେବାକୁ ପଡ଼ୁଛି। ଦୁଃଖ ଓ ପରିତାପର ବିଷୟ ଏହିକି ଯେ ହଜାର ହଜାର ମକଦ୍ଦମାର ଫୈସଲା ହୋଇନାହିଁ। ଦୀର୍ଘ ଦୁଇବର୍ଷ ହେବ ଏହି ଅଦାଲତ ଅଚଳ ହୋଇଛି।

ଗତ ମାର୍ଚ୍ଚ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ଅଧିକାରୀଙ୍କୁ ନିଯୁକ୍ତି ଏବଂ ବଦଳି ହୋଇଥିଲେ ମଧ୍ୟ କେହି ଯୋଗଦାନ କରୁନାହାନ୍ତି। କେତେକ ଆସି ଅଳ୍ପ ସମୟ ରହି କୌଣସି କାର୍ଯ୍ୟ ଆରମ୍ଭ ନକରି ବଦଳି ହେଉଛନ୍ତି। ତେଣୁ ଏକ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଜନସାଧାରଣ, ପ୍ରଜାବୃନ୍ଦ, ବୁଦ୍ଧିଜୀବୀ ଏବଂ ଚକବନ୍ଦୀ ଉଚ୍ଛେଦ ସଂଘର୍ଷ ସମିତିର ଆବାହକ ଶ୍ରୀକାନ୍ତ ପାଢ଼ୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ଶ୍ରୀ ପାଢ଼ୀଙ୍କ ସମେତ ଅରୁଣ ପାଠୀ, ପ୍ରଶାନ୍ତ ପାଣିଗ୍ରାହୀ, ସନ୍ତୋଷ ପାଢ଼ୀ, ଲଡ଼ୁ ପାଣିଗ୍ରାହୀ, ଦଣ୍ଡପାଣି ପାଢ଼ୀ, ସୁଦର୍ଶନ ପାଣିଗ୍ରାହୀ ଏବଂ ବହୁ ସଂଖ୍ୟକ ପ୍ରଜା ସାମିଲ ହୋଇଥିଲେ।

ସ୍ଥାୟୀ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026
Latest News

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.