Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, କଂଗ୍ରେସ ଗରିବ ଲୋକଙ୍କୁ ପଇସା ଦେବ : ରଣଦୀପ ସୁର୍ଜେଓ୍ବାଲା
ଆଜିର ଖବର

ମୋଦି ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, କଂଗ୍ରେସ ଗରିବ ଲୋକଙ୍କୁ ପଇସା ଦେବ : ରଣଦୀପ ସୁର୍ଜେଓ୍ବାଲା

March 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାହୁଲ୍‌ଙ୍କର ସର୍ବନିମ୍ନ ନିଶ୍ଚୟ ଆୟର ଘାେଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇ ରାଜନୈତିକ ବାକ୍‌ବିତଣ୍ଡା। ଏହି ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କଟାକ୍ଷ କରୁଛନ୍ତି। ବିଜେପି ଏମ୍‌ଆଇଜିକୁ ସମାଲୋଚନା କରିଥିବାବେଳେ କଂଗ୍ରେସ ଆଜି ଏହାର ଜବାବ ଦେଇଛି। ମୋଦି ସରକାର ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଗରିବ ବିରୋଧୀ ବାେଲି କହିଛି କଂଗ୍ରେସ। କଂଗ୍ରେସର ସର୍ବନିମ୍ନ ନିଶ୍ଚିତ ଆୟ (ଏମ୍‌ଆଇଜି) କୁ ସମାଲୋଚନା କରିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏହି ମନ୍ତବ୍ୟ ଦେଇଛନ୍ତି। ଏଆଇସିସି ମିଡିଆ ଇନଚାର୍ଜ ରଣଦୀପ  ସୁର୍ଜେଓ୍ବାଲା କହିଛନ୍ତି  ଯେ, ମୋଦି କିଛି ହାତଗଣତି ବ୍ୟବସାୟୀଙ୍କୁ ୩ ଲକ୍ଷ ୫୦ ହଜାର କୋଟିର ଋଣ ଛାଡ କରି ପାରନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କା ତାଙ୍କୁ କଷ୍ଟ ଦେଇଥାଏ। ନିଜର ପ୍ରଚାର ପ୍ରସାର ପାଇଁ ମୋଦି ୫୦୦୦ କୋଟି ଖର୍ଚ୍ଚ କରୁଛନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କାକୁ କାହିଁକି ବିରୋଧ କରୁଛନ୍ତି ବୋଲି ସୁର୍ଜେଓ୍ବାଲା ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ଘଟଣାରୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ, ଗରିବ ବିରାେଧୀ ମନୋଭାବ ମୋଦି ଏବଂ ବିଜେପିର ଡିଏନ୍‌ଏରେ ରହିଛି। ଗରିବ ଲୋକଙ୍କ ନିମନ୍ତେ ଆୟର ପନ୍ଥା ଏମ୍‌ନରେଗା ଯୋଜନାର ବିରାେଧ କରିଥିଲେ ମୋଦି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ୪ କୋଟି ଚାକିରି ହରାଇଛି। ଜିଏସ୍‌ଟି ଦ୍ବାରା କ୍ଷୁଦ୍ର ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି। ଏହି ସମସ୍ତ ଘଟଣା ମୋଦିଙ୍କୁ ବିଜେପି ବିରୋଧୀ ବୋଲି ପ୍ରମାଣିତ କରୁଛି ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସର ଯୋଜନା ସମ୍ପର୍କରେ ସୁର୍ଜେଓ୍ବାଲା  କହିଥିଲେ – ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରକୁ ପ୍ରତ୍ୟେକ ବର୍ଷ ୭୨,୦୦୦ଟଙ୍କା ଦିଆଯିବ, ଏହି ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ସେ ଏହି ଅବସରରେ ମୋଦିଙ୍କକୁ କଟାକ୍ଷ କରି କହିଛନ୍ତି ଯେ, ମୋଦିଜୀ ଦେଶର ସବୁଠୁ ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, ତେଣୁ କଂଗ୍ରେସ ଦେଶର ସବୁଠୁ ଗରିବ ଲୋକଙ୍କୁ ପଇସା ଦେବ। ଏହି ଯୋଜନାରେ ପାଞ୍ଚ କୋଟି ପରିବାର ଅର୍ଥାତ୍‌ ୨୫ କୋଟି ଲୋକ ଫାଇଦା ପାଇପାରିବେ ବୋଲି ରାହୁଲ୍‌ କହିଛନ୍ତି। ସ୍ବାଧୀନତାର ୭୦ ବର୍ଷରେ ଗରିବ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତରୁ ୨୨ ପ୍ରତିଶତକୁ ଖସି ଆସିଛି ଏହି ସଂଖ୍ୟାକୁ ଶୂନକୁ ଆଣିବା କଂଗ୍ରେସର ଲକ୍ଷ୍ୟ ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି।

BJP slams thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.