Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଞ୍ଚ ଦିଅ ନଚେତ୍ ସରକାରୀ ସହାୟତା ଦିଅ: ବରିଷ୍ଠ କଳାକାର ମହାସଂଘ
ଆଜିର ଖବର

ମଞ୍ଚ ଦିଅ ନଚେତ୍ ସରକାରୀ ସହାୟତା ଦିଅ: ବରିଷ୍ଠ କଳାକାର ମହାସଂଘ

November 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସଂପୂର୍ଣ୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନାଗୁଡ଼ିକ ବ୍ରିକି ବଟା କରିଦେଲେଣି। ଏଣିକି କଳାକାର ମଡ଼କ ଆଶଙ୍କା ବଳବତ୍ତର ହେଲାଣି। ଏଭଳି ଏକ ସଙ୍କଟମୟ ସ୍ଥିତିରେ କଳାକାରଙ୍କୁ ମଂଚ ଦିଆଯାଉ ନଚେତ୍ ସରକାରୀ ସହାୟତା ଦେବାକୁ ବରିଷ୍ଠ କଳାକାର ମହାସଂଘ ଦାବି କରିଛି। ଏନେଇ ଦକ୍ଷିଣାଞ୍ଚଳ ଆର୍‌ଡ଼ିସିଙ୍କୁ ଏକ ଦାବିପତ୍ର ଦେବାର ଥିଲା। କିନ୍ତୁ ଏ ନ ମିଳିବାରୁ ଆଜି ଏକ ବୈଠକ ହଳଦିଆପଦର ଓଭରବ୍ରିଜ ତଳେ ମହାସଂଘ ସଭାପତି ନାଟ୍ୟଗୌରବ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂପ୍ରତି କଳାକାରଙ୍କୁ ମଂଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ଥିବା ମତପ୍ରକାଶ ପାଇଥିଲା।

ଏଥିରେ ନାଟ୍ୟ-ବିଦ୍ୟା-ବୁଦ୍ଧି ପ୍ରଫୁଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନବରଙ୍ଗପୁର କଳାକାର ସଂଘ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, କୋରାପୁଟ କଳାକାର ସଂଘ ସଭାପତି ବାଲାଜୀ ସାମନ୍ତରାୟ, ବରିଷ୍ଠ କଳାକାର ତଥା ସମାଜସେବୀ ବଦ୍ରି ନାରାୟଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଷନଙ୍କ ପରିଚାଳନାରେ ଏକ ପରିଚାଳନା କମିଟି ଗଠନ ହୋଇଥିଲା। ଉପଦେଷ୍ଟା ରୂପେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର ପ୍ରସାଦ ଶର୍ମା, ବଦ୍ରି ନାରାୟଣ ନାୟକ, ସଭାପତି ଭାବେ ନାଟ୍ୟଗୌରବ ଡା. ତିରୁପତି ସାହୁ, ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ, ଅମୂଲ୍ୟ କୁମାର ମୁଣ୍ଡ, ଭଗବାନ ସାମଲ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ, ସହ ସଂପାଦକ ଲକ୍ଷ୍ମୀ ନାରାୟଣ ସାମଲ, କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଏବଂ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଭାବେ ରବୀନ୍ଦ୍ର କୁମାର ମିଶ୍ର, ଜି. ରାଜେନ୍ଦ୍ର ରେଡ୍ଡୀ, ଯୁଦ୍ଧିଷ୍ଠିର ଭଂଜ ସାମନ୍ତ, ପ୍ରଫୁଲ ବେହେରା, ଈଶ୍ୱର ମାଝୀ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ସଂଘର ଦାବିଗୁଡ଼ିକ ମୁଖ୍ୟମନ୍ତ୍ରୀ, ସଂସ୍କୃତି ବିଭାଗ ଓ ସଚିବଙ୍କୁ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏଥିରେ ୧୫ ଗୋଟି ଜିଲ୍ଲାର ପ୍ରତିନିଧିସ୍ତରୀୟ କଳାକାର ଅଂଶଗ୍ରହଣ କରିଥିଲେ।

କରୋନା ମହାମାରୀ ଦାବିପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.