
କଟକ : କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ଆୟୋଜିତ ହେବ । କଟକରେ କାଳୀ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । କାଳୀ ପୂଜା ସମୟରେ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 50 ଅଫିସର ମୁତୟନ ହେବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ 11ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ । ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ହେବ ।