
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ମାନ୍ୟବର ହାଇକୋର୍ଟ । ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ହାଜର ସହ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି 18 ତାରିଖରେ ହାଜର ପାଇଁ ନିର୍ଦ୍ଦେଶ ରହିଛି । ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଅକ୍ଟୋବର 14ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।