Categories
ଆଜିର ଖବର ରାଜ୍ୟ ଖବର

ପରୀ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡର ପରୀ ହତ୍ୟା ମାମଲା ଦିନକୁଦିନ ନୂଆ ମୋଡ ନେବାରେ ଲାଗିଛି। ତେବେ ଆଜି ପରୀ ପରିବାରକୁ ସୁରକ୍ଷା ଦେବାକୁ ଏସ୍ପପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ କହିଛନ୍ତି । ଆସନ୍ତା 16ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ  ।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସିବିଆଇ ତଦନ୍ତ ଏବଂ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପରିଷଦ ପକ୍ଷରୁ ଦାବି କରିଥିଲା ।  ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ପରିବାରକୁ ସୁରକ୍ଷା ଦେବାକୁ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡିଜିପିଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ମାନ୍ୟବର ହାଇକୋର୍ଟ । ପୋଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ହାଜର ସହ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି 18 ତାରିଖରେ ହାଜର ପାଇଁ ନିର୍ଦ୍ଦେଶ ରହିଛି । ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଅକ୍ଟୋବର 14ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବର୍ଦ୍ଧିତ ସ୍କୁଲ ଫି ପ୍ରସଙ୍ଗ : ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଭୁବନେଶ୍ୱର : କରୋନା ସମୟରେ ସ୍କୁଲ ଫି ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ କରାଯାଇଛି । ପୂର୍ବରୁ ରାଜ୍ୟ ଅଭିଭାବକ ସଂଘ ପକ୍ଷରୁ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ରାଜ୍ୟ ସରକାର ଏହି ମାମଲାକୁ ନେଇ ସାତ ଦିନ ମଧ୍ୟରେ ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାକୁ ନେଇ କିଛି ଘରୋଇ ସ୍କୁଲ ପକ୍ଷରୁ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।  ସାତ ଦିନ ପରେ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି ମାନ୍ୟବର ହାଇକୋର୍ଟ ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବନି

ଭୁବନେଶ୍ବର : କରୋନାରେ ସଂକ୍ରମିତଙ୍କ ପରିଚୟ ପ୍ରଘଟ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିଚୟ ଯେଭଳି ପ୍ରଘଟ ନ ହେବ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନ ପ୍ରଦାନରେ ବି କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରାଯିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ ବୋଲି ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କରୋନା ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ

କଟକ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଅନ୍ୟ ସରକାରୀଙ୍କ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚିକିତ୍ସା କରୁଥିବା ସରକାରୀ ଓ ଘରୋଇ ମେଡ଼ିକାଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତି ଯେପରି ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ସାମଗ୍ରୀ ଦିଆଯାଇନଥିଲେ, ତାହା ତୁରନ୍ତ ଯୋଗାଇ ଦିଆଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ସେହିପରି କରୋନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ସର୍ବୋପରି ମହାମାରୀ କରୋନା ସହିତ ଦୃଢ ଭାବରେ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।