Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ
ରାଜ୍ୟ ଖବର

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Soumyaranjan death case: Hearing on Vidyabharati’s anticipatory bail plea concludes; verdict reserved.

କଟକ: ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଓଡ଼ିଶା ହାଇକୋର୍ଟରେ ଶେଷ ହୋଇଛି। ବିଚାରପତି ଭି. ନରସିଂହ ସମସ୍ତ ପକ୍ଷଙ୍କ ଯୁକ୍ତିଶୁଣିବା ପରେ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି।

ସୂଚନାନୁସାରେ, ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହୋଇଥିବା ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଉଭୟ ଅଦାଲତରୁ ଆଶ୍ୱାସନା ନମିଳିବା ପରେ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ପୂର୍ବରୁ ହାଇକୋର୍ଟ ତାଙ୍କର ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଦେବା ସହ ତଦନ୍ତକାରୀ ସଂସ୍ଥାକୁ କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଦାଲତରେ ହାଜର ହେବାର ସମୟସୀମାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସୂଚନାନୁସାରେ, ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। ଏହାକୁ ଚାଲେଞ୍ଜ କରି ସେ ପ୍ରଥମେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଗତ ସେପ୍ଟେମ୍ବର ୩ ତାରିଖ ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ଆବେଦନକୁ ଖାରଜ କରିବା ସହ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ସେ ଚାହିଁଲେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହ ମାମଲାର ଅନ୍ତ ଘଟାଇଥିଲେ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ଦର୍ଶାଇ ବିଦ୍ୟାଭାରତୀଙ୍କ ଓକିଲ ଏସଡିଜେଏମଙ୍କ ଅଦାଲତରେ ହାଜର ପାଇଁ ଧାର୍ଯ୍ୟ ସମୟ ବୃଦ୍ଧି କରିବାକୁ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ବିଦ୍ୟାଭାରତୀଙ୍କ ହାଜର ସମୟସୀମାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମାତ୍ର ବିଦ୍ୟାଭାରତୀଙ୍କ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ମନା କରିଥିଲେ। ଏଥିସହ ତଦନ୍ତକାରୀ ସଂସ୍ଥା କେଶ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଭାରତୀ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି

October 31, 2026

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026
Latest News

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026

ଜାନୁଆରୀର ରେକର୍ଡରୁ ଖସିଲା ସୁନା ଦର, ଏବେ କିଣିବେ ନା ଅପେକ୍ଷା କରିବେ?

October 31, 2026

ବିସିସିଆଇ ର ବଡ଼ ନିଷ୍ପତ୍ତି: ଟିମ୍ ଇଣ୍ଡିଆରୁ ମୁକ୍ତ ହେବେ ନୀତିଶ କୁମାର ରେଡ୍ଡୀ

October 31, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

October 31, 2026

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.